ଚଣ୍ଡିଖୋଲ ୦୨।୧୦ : ରାଜ୍ୟର ସମସ୍ତ ଦେବୀ ପୀଠରେ ଚାଲିଛି ପୂଜା। ପୂଜାର ଅନ୍ତିମ ଦିବସ। ଏନେଇ ବିଭିନ୍ନ ମନ୍ଦିରରେ ଦେଖିବାକୁ ମିଳିଛି ଆଧ୍ୟାତ୍ମିକ ପରିବେଶ। ଏହି ଅବସରରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲର ଚଣ୍ଡି ମନ୍ଦିର ପରିସର ହୋଇଉଠିଛି ଚଳଚଞ୍ଚଳ।

ମନ୍ଦିର ପରିସରରେ ନବରାତ୍ର ପୂଜା ଅବସରରେ ମା' ଚଣ୍ଡିଙ୍କୁ ବିଦ୍ୱାନ ପଣ୍ଡିତ ମାନେ ପ୍ରଭାତରୁ ସ୍ନାନ, ବେଶ, ଗୋ ପୂଜା, ସୂର୍ଯ୍ୟ ପୂଜା, ଷୋଡ଼ଶ ଉପଚାର ପୂଜା, ୧୦୮ ପଦ୍ମରେ ବଡ଼ସିଂହାର, ଚଣ୍ଡୀପାଠ, ଘୃତା ହୁତି ଆଦି ନୀତିକାନ୍ତିରେ ପୂଜାର୍ଚ୍ଚନା ଚାଲିଛି।  ଦିନ ଧରି ଚାଲିଥିବା ଏହି ପୂଜାର ଅନ୍ତିମ ଦିବସରେ ନବକନ୍ୟାଙ୍କୁ ପୂଜା କରାଯାଇଛି। ମା'ଙ୍କୁ ସମ୍ମାନ ଜଣାଇ ଏହି ନବ କନ୍ୟା ପୂଜା ପରମ୍ପରା ଦୀର୍ଘ ବର୍ଷ ଧରି ଚାଲିଆସୁଛି। ଏହି ପୂଜା ଅବସରରେ ଅନେକ ଶ୍ରଦ୍ଧାଳୁ ଭକ୍ତ ଅଖଣ୍ଡ ଦୀପ ଲଗାଇ ମା'ଙ୍କୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି

​​​​​​​