X ରେ ବ୍ଲୁ ଟିକ୍ ପାଇଁ ଦେବାକୁ ପଡ଼ିବ ନାହିଁ ପଇସା: ମାଗଣା ଫର୍ମୁଲା ବତାଇଲେ ଏଲନ ମସ୍କ

Published By : Prameya-News7 Bureau | March 28, 2024 IST

indiatvnews

ନୂଆଦିଲ୍ଲୀ: ଟ୍ୱିଟର ଏଲନ ମସ୍କଙ୍କ ହାତକୁ ଆସିବା ପରେ ସେ ଏଥିରେ ଏକାଧିକ ପରିବର୍ତ୍ତନ କରିଥିଲେ। ଏହାର ନାଁ ପରିବର୍ତ୍ତନ କରି ଏକ୍ସ ରଖିବା ସହ ବ୍ଲୁ ଟିକ୍‌ ସବ୍ସକ୍ରିପ୍‌ସନ ପଲିସି ମଧ୍ୟ ଆଣିଥିଲେ। ମସ୍କଙ୍କର ଏଭଳି ପଦକ୍ଷେପରେ ଏକ୍ସର ରେଭିନ୍ୟୁ ହ୍ରାସ ପାଇଥିବା ସୂଚନା ମିଳିଛି। 

 

ତେଣୁ ପୁଣିଥରେ ଏହି ସୋସିଆଲ୍ ମଡିଆରେ ରେଭିନ୍ୟୁ ଭଢ଼ାଇବା ସହ ଅଧିକ ଗ୍ରାହକ ଯୋଡ଼ିବାକୁ ମସ୍କ ଫ୍ରିରେ ବ୍ଲୁ ଟିକ୍ ପାଇବାର ଏକ ନୂଆ ଫର୍ମୁଲା ନେଇ ଆସିଛନ୍ତି। ୟୁଜରମାନେ କେମିତି ମାଗଣାରେ ବ୍ଲୁ ଟିକ୍ ପାଇବେ ସେହି ଫର୍ମୁଲା ନିଜେ ବତାଇଛନ୍ତି ମସ୍କ।

 

ଏକ୍ସରେ ବ୍ଲୁ ଟିକ୍ ପାଇବା ପାଇଁ ବର୍ତ୍ତମାନ ଦୁଇଟି ପ୍ଲାନ ରହିଛି। ଗୋଟିଏ ଏକ୍ସ ପ୍ରିମିୟମ ପ୍ଲାନ ଓ ଏକ୍ସ ପ୍ରିମିୟମ ପ୍ଲସ୍ ପ୍ଲାନ। ଏଥିପାଇଁ ଆପଣଙ୍କୁ ମାସକୁ ୬୫୦ରୁପ ୧୩୦୦ ଟଙ୍କା ଦେବାକୁ ପଡ଼ୁଛି। ଯଦି ଆପଣ ମସ୍କଙ୍କ ଫର୍ମୁଲା ପାଳନ କରିବେ ତେବେ ଆପଣଙ୍କୁ ମାଗଣାରେ ବ୍ଲୁଟିକ୍ ମିଳିବ।

 

ଏକ୍ସ ପ୍ରିମିୟମ ଫିଚର୍ସରେ ୫୦ ପ୍ରତିଶତ ଆଡ୍ ସହ ପୋଷ୍ଟ ଏଡିଟ୍, ବଡ଼ ସ୍କ୍ରିପ୍ଟ ପୋଷ୍ଟ ଓ ଭିଡିଓ ପୋଷ୍ଟ,ଓ ଅନ୍‌ଡୁ ପୋଷ୍ଟ କରିପାରିବେ। ସେହିପରି ପ୍ରିମିୟମ ପ୍ଲସ୍‌ରେ ଆଦୌ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଏଥିସହିତ ଉପରୋକ୍ତ ସମସ୍ତ ସୁବିଧା ମିଳିବା ସହ କଷ୍ଟମାଇଜେସନ ସୁବିଧା ମିଳୁଛି। 

 

କେମିତି ମିଳିବ ମାଗଣା ବ୍ଲୁ ଟିକ୍ ?

 

ନିକଟରେ ମସ୍କ ଏକ୍ସରେ ଏକ ପୋଷ୍ଟ କରି ଏହି ଫର୍ମୁଲା ବତାଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ଯେଉଁ ୟୁଜର୍ସଙ୍କୁ ୨୫୦୦ ଭେରିଫାଏଡ୍ ସବ୍ସକ୍ରାଇବର ଫଲୋ କରିଥିବେ ସେମାନଙ୍କୁ ପ୍ରିମିୟମ ଫିଚର୍ସ ସୁବିଧା ମିଳିବ। ୟୁଜର୍ସଙ୍କୁ ଏକାଧିକ ପ୍ରିମିୟମ ସୁବିଧା ମିଳିବା ସହ ମାଗଣା ବ୍ଲୁ ଟିକ୍‌ ମଧ୍ୟ ମିଳିବ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.