LIVE TV

‘ପୋଲିସ ଦକ୍ଷତାର ସହ ତଦନ୍ତ କରୁଛି, ହତ୍ୟାକାରୀ ଓ ଷଡ଼ଯନ୍ତ୍ରକାରୀଙ୍କର ହେବ ପର୍ଦ୍ଦାଫାଶ’

NEWS7
Law Minister

ଭୁବନେଶ୍ବର ୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ପୋଲିସ ତାହାର ତଦନ୍ତ ଦକ୍ଷତାର ସହ କରୁଛିହତ୍ୟା କରିଥିବା ଲୋକ ଓ ଷଡ଼ଯନ୍ତ୍ର କରିଥିବା ଲୋକଙ୍କ ପର୍ଦ୍ଦାଫାଶ ହେବ ଯିଏ ଦୋଷୀ ସିଏ ଦଣ୍ଡ ପାଇବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ସେପଟେ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡ ନେଇ ବଡ଼ ଖୁଲାସା କରିଛନ୍ତି ଗଞ୍ଜାମ ଏସ୍‌ପି । ହତ୍ୟା ପୂର୍ବରୁ ପୁରା ଅଞ୍ଚଳର ରେକି କରିଥିଲେ ଅପରାଧୀ । ମର୍ଡର ପାଇଁ ପ୍ରଥମ ଥର କରିଥିବା ପ୍ଲାନରେ ହୋଇଥିଲେ ବିଫଳ । ହେଲେ ପରବର୍ତ୍ତୀ ପ୍ଲାନରେ ସଫଳ ହୋଇଥିଲେ । ଆଉ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁଇ ସାର୍ପ ସୁଟର । ପୁରା ହତ୍ୟାକାଣ୍ଡ ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା । ଆଉ ଅଗ୍ରୀମ ଭାବେ ୧୦ ଲକ୍ଷ ଟଙ୍କା ନେଇଥିଲେ ସାର୍ପ ସୁଟର

​​​​​​​