LIVE TV

ଯୋଗଧାରୀ ଛକରେ ନିର୍ମମ ହତ୍ୟା, ପୂର୍ବଶତ୍ରୁତାରୁ ଚାଲିଗଲା ଜ୍ଞାନଙ୍କ ଜୀବନ

NEWS7
murder

ଜଗତସିଂହପୁର ୨୫।୧୦ : ଜଗତସିଂହପୁର ସହର ଯୋଗଧାରୀ ଛକରେ ଘଟିଛି ହତ୍ୟାକାଣ୍ଡ। ମୃତ ଯୁବକ ପୋକପୁର ଗାଁର ଜ୍ଞାନ ରଞ୍ଜନ ପୋଥାଳ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।   

ଖବର ଅନୁଯାୟୀ, ଜ୍ଞାନରଞ୍ଜନ ପୋଥାଳ ଯୋଗଧାରୀ ଛକ ନିକଟରେ ଏକ ପାନ ଦୋକାନ କରିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଦୁର୍ବୃତ୍ତ ଆସି ଜ୍ଞାନରଞ୍ଜନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟା ପରେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି ଦୁର୍ବୃତ୍ତ । ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ହତ୍ୟା କରିଛି । ସେନେଇ ଛାନ୍‌ଭିନ୍ ଜାରି ରଖିଛି ସଦର ଥାନା ପୋଲିସ ।