ପାଟଣାରେ ବିଜେପିର ଶକ୍ତି ପ୍ରଦର୍ଶନ, ପ୍ରଚାର କଲେ ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ଏବଂ ବିଧାୟକ ପ୍ରାର୍ଥୀ ଅଖିଳଚନ୍ଦ୍ର ନାଏକ

Published By : Prameya-News7 Bureau | May 11, 2024 IST

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ପାଟଣା ମୁଖ୍ୟାଳୟରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି। କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ ଏବଂ ପାଟଣା ବିଧାୟକ  ଅଖିଳ ଚନ୍ଦ୍ର ନାଏକ ଆଜି ରୋଡ଼ ଶୋ କରିଛନ୍ତି  । କର୍ମୀ ମାନେ ତାଙ୍କୁ  ମଲ୍ଲିପଶି ଠାରୁ ବାଇକ ରାଲି  ଦ୍ୱାରା ସ୍ୱାଗତ କରି ପାଟଣା ବଜାର ପରିକ୍ରମା କରାଇଥିଲେ। 

ପ୍ରଚାର ସମୟରେ ଲୋକଙ୍କ ଆର୍ଶୀବାଦ ଲୋଡି ପଦ୍ମଫୁଲ ଚିହ୍ନ ରେ ବିପୁଳ ସଂଖ୍ୟାରେ   ଭୋଟ ଦେଇ  ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ ଏବଂ ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କୁ ବିଜୟୀ କରିବାକୁ ଅନୁରୋଧ କରିଥିଲେ ଦଳୀୟ ନେତା ଓ କର୍ମୀ। ରାଲିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। 

ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ଅନ୍ୟଦଳର ଶତାଧିକ କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିଲେ। ସାଂସଦ ଓ ବିଧାୟକ ପ୍ରାର୍ଥୀ ତାଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଯୋଗଦେଇ ପଦ୍ମଫୁଲରେ ଭୋଟ ଦେଇ ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ ବିଜୟୀ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.