ଖୁବ୍ ଶୀଘ୍ର ଆରମ୍ଭ ହେବ ଆହନ-ପୂଜାଙ୍କ ‘ଶଙ୍କି’ର ସୁଟିଂ, କନଫର୍ମ ହେଲା ଫିଲ୍ମର ରିଲିଜ୍ ଡେଟ୍

Published By : Prameya-News7 Bureau | May 11, 2024 IST

ମୁମ୍ଵାଇ ୧୧।୦୫: ୨୦୧୬ରେ ‘ମହେଞ୍ଜୋଦାରୋ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଦକ୍ଷିଣ ଭାରତୀୟ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗ୍‌ଡେ । ସେହି ଫିଲ୍ମରେ ତାଙ୍କର ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା । ତା’ପରେ ‘ହାଉସ୍‌ଫୁଲ୍‌-୪’, ‘ସର୍କସ’, ‘କିସି କା ଭାଇ କିସି କି ଜାନ୍‌’ ଭଳି ଫିଲ୍ମରେ ତାଙ୍କର ଉଚ୍ଚକୋଟୀର ଅଭିନୟକୁ ଦର୍ଶକେ ବେଶ୍‌ ପ୍ରଶଂସା କରିଥିଲେ । ଆଗକୁ ପୂଜାଙ୍କୁ ରୋମାଣ୍ଟିକ୍‌ ଆକ୍ସନ୍‌ ଥ୍ରିଲର ‘ଶଙ୍କି’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ଆହନ ସେଟ୍ଟୀ ସ୍କ୍ରିନ ସେୟାର କରିବେ । 

ଆସନ୍ତାମାସ ୬ ତାରିଖରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସାଜିଦ୍‌ ନାଡିଆଡ୍‌ୱାଲା ଏହାର ପ୍ରଯୋଜକ ଅଛନ୍ତି । ସେଥିରେ ପୂଜାଙ୍କୁ ବେଶ୍‌ କିଛି ଆକ୍ସନ୍‌ ସିନ୍‌ରେ ଦେଖିବାକୁ ମିଳିବ । ସେଥିଲାଗି ସାଜିଦ୍‌ ଜଣେ ଅନ୍ତର୍ଜାତୀୟ ଖାତିସଂପନ୍ନ କୋରିଓଗ୍ରାଫରଙ୍କ ସହାୟତା ନେଇଛନ୍ତି । ମୁମ୍ବାଇରେ ଏହାର ସପ୍ତାହେବ୍ୟାପୀ ସୁଟିଂ ସରିବା ପରେ ଗୋଆରେ ସୁଟିଂ କରାଯିବ ।

‘ଶଙ୍କି’ର କାହାଣୀକୁ ରଜତ ଅରୋରା ଲେଖିଛନ୍ତି । ଅଦନାନ୍‌ ଏ. ଶୈଖ୍‌ ଏହାର ନିର୍ଦ୍ଦେଶନା ଦେବେ । ଆସନ୍ତାବର୍ଷ ଫେବ୍ରୁଆରୀ ୧୪ ତାରିଖରେ ତାହା ପ୍ରେକ୍ଷାଳୟକୁ ଆସିବ । ‘ଶଙ୍କି’ ବ୍ୟତୀତ ପୂଜାଙ୍କୁ ଶାହିଦ୍‌ କପୁରଙ୍କ ସହିତ ‘ଦେବା’ରେ ମଧ୍ୟ ଦେଖିବାକୁ ମିଳିବ । ତାହା ଚଳିତବର୍ଷ ଅକ୍ଟୋବର ମାସରେ ରିଲିଜ୍‌ ହେବାର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.