ବିରମିତ୍ରପୁରରେ ପାଣ୍ଡିଆନ୍‌ଙ୍କ ଜନସଭା : କହିଲେ- ସାରା ଦେଶରେ ନବୀନ ବାବୁ ୧ ନମ୍ବର ମୁଖ୍ୟମନ୍ତ୍ରୀ, ତାଙ୍କ କାମକୁ କେନ୍ଦ୍ର ଅନୁସରଣ କରେ..

Published By : Prameya-News7 Bureau | May 11, 2024 IST

ରାଉରକେଲା ୧୧।୦୫ :  ସାରା ଦେଶରେ ନବୀନ ବାବୁ ୧ ନମ୍ବର ମୁଖ୍ୟମନ୍ତ୍ରୀ । ⁠ନବୀନ ବାବୁ ଯାହା କାର୍ଯ୍ୟ କରନ୍ତି, ତାହା କେନ୍ଦ୍ର ମଧ୍ୟ ଅନୁସରଣ କରୁଛି । ⁠ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଯାହା କହିଛନ୍ତି ତାକୁ ମାନେ ରଖି କାର୍ଯ୍ୟ କରନ୍ତି ବୋଲି ବିରମିତ୍ରପୁର ସଭାରେ କହିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ⁠ବିଜେପି ୩୦ ରୁ ୩୦ ଜିଲ୍ଲା ପରିଷଦ ହାରିଲା। ନବୀନ ବାବୁ ଇତିହାସ ରଚିବେ। ଓଡିଶା ବିଜେପିର ଆତ୍ମବିଶ୍ୱାସ ବଢ଼ାଇବାକୁ ବାରମ୍ବାର PM ଆସୁଛନ୍ତି । ⁠ଯେହେତୁ ୩୦ ରୁ ୩୦ ହାରିଲେ ତାଙ୍କୁ ଯେତେ ଇଞ୍ଜେକ୍ସନ ଦେଲେ ଉଠୁନାହାନ୍ତି। ⁠ଗୋଟିଏ ଆହ୍ୱାନ ଦେଇଥିଲି କିଛି କହିପାରିଲେ ନାହିଁ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି । ନବୀନ ବାବୁ ସବୁ କ୍ଷେତ୍ରରେ ଓଡିଶାକୁ 1 ନମ୍ବର କରିଛନ୍ତି।  ମିଶନ ଶକ୍ତି ମହିଳା ଭତ୍ତା ପାଇବେ।⁠ ଏପିରିକି ଆୟୁଷ୍ମାନ ଭାରତ ତୁଳନାରେ BSKY ବହୁତ ବଢିଆ। ମୁଖ୍ୟମନ୍ତ୍ରୀ କେବେ ବି ଅନ୍ୟାୟ ହେବାକୁ ଦେବେନି।⁠ ସବୁ ପଂଚାୟତରେ ବ୍ୟାଙ୍କ ଖୋଲିବାକୁ ବିଜେପିକୁ ୩୦ ବର୍ଷ ଲାଗିଥାନ୍ତା। ନବୀନ ବାବୁ ରାଜ୍ୟ ସରକାରଙ୍କ ଟଙ୍କାରୁ ସବୁ ପଂଚାୟତରେ ବ୍ୟାଙ୍କ ଖୋଲୁଛନ୍ତି । ⁠କାହିଁକି କୋଷ୍ଟଲ ହାଇୱେ ହୋଇପାରିଲା ନାହିଁ? କୋଇଲା ରୟାଲଟି ବୃଦ୍ଧି କଣ ପାଇଁ କରାଗଲାନି?  ⁠NH 55 ସାରା ଭାରତର ସବୁଠାରୁ ଖରାପ ରାସ୍ତା । ୨ କୋଟି ଚାକିରୀ କୁଆଡେ ଗଲା ?  ⁠ପ୍ରତି ନିର୍ବାଚନରେ ଆସି ବଡ ବଡ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନ ପରେ ଭୁଲି ଯାଉଛନ୍ତି । ⁠ପେଟ୍ରୋଲ, ଗ୍ୟାସ, ଡିଜେଲ ଦର ବଢିବନି ଓ ଚାକିରୀ ଦେବେ ବୋଲି ଗ୍ୟାରେଣ୍ଟି ଦେଇପାରିବେ କି ? 

ସେହିପରି PM⁠ ଅନେକ ଶିଳାନ୍ୟାଶ କରୁଛନ୍ତି  । କିନ୍ତୁ ଉଦଘାଟନ କରିପାରୁନାହାନ୍ତି । ⁠ସାଢେ ୪ କୋଟି ଓଡିଶାବାସୀଙ୍କ ହୃଦୟର ରାଜା ନବୀନ ବାବୁ । ⁠ଗୁଜୁରାଟକୁ 1 ନମ୍ବର କରିପାରିଲେ କି ? ⁠ଗତ ଥର ଅପପୁଷ୍ଟି କଥା କହିଥିଲେ, ଗୁଜୁରାଟରେ ୪୦ ପ୍ରତିଶତ ଓ ଓଡ଼ିଶାରେ ୨୯ ପ୍ରତିଶତ ଶିଶୁ ଅପପୁଷ୍ଟିର ଶୀକାର । ⁠ ରକ୍ତହୀନତାରେ ସମସ୍ୟା ମଧ୍ୟ ରହିଛି । ⁠ସବୁ ସ୍କୁଲ ଓଡ଼ିଶାରେ ରୂପାନ୍ତରିତ, ଗୁଜୁରାଟର ସବୁ ସ୍କୁଲରେ ବ୍ଲାକବୋର୍ଡ ।  ⁠ମୁଣ୍ଡପିଛା ଋଣରେ ଓଡ଼ିଶାର ପ୍ରଦର୍ଶନ ଗୁଜୁରାଟ ତୁଳନାରେ ଭଲ । ⁠ଓଡିଶାକୁ 1 ନମ୍ବର କେବଳ ନବୀନ ବାବୁ କରିପାରିବେ । ⁠ଓଡିଶାକୁ ଅବହେଳା ବନ୍ଦ କରନ୍ତୁ । ⁠iocl, mcl, nalcoରେ ଓଡ଼ିଆ ଲୋକଙ୍କୁ ନୁହେଁ ବାହାର ଲୋକଙ୍କୁ ଚାକିରୀ ଦେଉଛନ୍ତି । ⁠ବିଜେପି ବହୁତ ଖରାପ ଅବସ୍ଥାରେ ହରିବାକୁ ଥିଲେ ଧର୍ମ, ଅଞ୍ଚଳ ଓ ରାଜନୀତିକୁ ନେଇ ରାଜନୀତି କରିଥାଏ । ⁠ବିକାଶର କଥା କହିବେନି। ମନ୍ଦିର ମସଜିଦ ଚର୍ଚ୍ଚର କଥା କହିବେ ।

କନ୍ଧମାଳ ଅଶାନ୍ତ ହୋଇଥିଲା, ବିଜେପି କନ୍ଧମାଳରେ ଦଙ୍ଗା କରିଥିଲା। ନବୀନ ବାବୁ ଏଥିରେ ସୁଧାର ଆଣିଲେ, ଲୋକ ଶାନ୍ତିରେ ରହୁଛନ୍ତି । ⁠ଯେତେ ବୁଷ୍ଟର ଡୋଜ ଦେଲେ ବି  ଓଡିଶା ବିଜେପିର କିଛି ହେବନି । ⁠ନିର୍ବାଚନ ଆଗରୁ ମୁଖ୍ୟମନ୍ତ୍ରୀ ଚେହେରା ଦେଖାଇବାର ସାହସ କରନ୍ତୁ । ⁠ବିଜେପିର ଅଭ୍ୟାସ ଦିନରେ ସ୍ବପ୍ନ ଦେଖିବା । ⁠ଜୁନ 9ରେ ନବୀନ ବାବୁ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସିବେ ଅନୁରୋଧ । ⁠ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନେଇ ସେଦିନ ଘୋଷଣା କରିବେ ବୋଲି ଆମର ଆଶା ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.