ମୁମ୍ଵାଇ ୧୮।୦୮; ଟିଭିର ଶକ୍ତିମାନ୍ ଏବେ ପୁଣି ଅଡୁଆରେ। ସବୁବେଳେ ବ୍ୟକ୍ତିଗତ ମନ୍ତବ୍ୟ ଦେଇ ବିବାଦକୁ ଆସିଥିବା ମୁକେଶ  ବିବାଦରେ ଫସିଛନ୍ତି । ଏଥର ଏଭଳି କଥା କହିଛନ୍ତି ଯାହାକୁ ନେଇ ଲୋକଙ୍କ ମନରେ ଖୁବ୍ ଅସନ୍ତୋଷ ପ୍ରକାଶ ପାଇଛି । ମୁକେଶ ଖାନ୍ନାଙ୍କ ଦେଶର ଜାତୀୟ ସଙ୍ଗୀତକୁ ନେଇ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି, ‘ଜନ ଗଣ ମନକୁ ହଟାଅ, ବନ୍ଦେ ମାତରମକୁ ଆଣ…’ ତାଙ୍କର ଏହି ବୟାନକୁ ନେଇ ଖୁବ୍ ଆଲୋଚନା ହେଲାଣି ।

ମୁକେଶ ଖାନ୍ନା କହିଛନ୍ତି, ’ମୁଁ ୩ ବର୍ଷ ଆଗରୁ ବି କହିଥିଲି, ’ବନ୍ଦେ ମାତରମ୍’ ରାଷ୍ଟ୍ର ଗାନ ହେବା ଉଚିତ୍ । ’ଜନ ଗଣ ମନ’ କ୍ବିନ୍ ଏଲିଜାବେଥଙ୍କ ପ୍ରତି ଟ୍ରିବ୍ୟୁଟ୍ ଥିଲା । କ୍ବିନ୍ ଏଲିଜାବେଥଙ୍କ ସମ୍ମାନରେ ଏହାକୁ ଲେଖିଥିଲେ ରବିନ୍ଦ୍ରନାଥ ଟାଗୋର । ହେଲେ ଦୁର୍ଭାଗ୍ୟ ଆମେମାନେ ଏହାକୁ ଗ୍ରହଣ କରିନେଲୁ । କିନ୍ତୁ ଏହା ଆମର ନୁହେଁ ବରଂ ’ବନ୍ଦେ ମାରତରମ୍’ ଆମର , ଯାହାକୁ ଲତା ମଙ୍ଗେସ୍କର ଅତି ସୁନ୍ଦର ଭାବେ ଗାଇଛନ୍ତି । କଲ୍ୟାଣଗୀ ଆନନ୍ଦଜୀଙ୍କ ସହ ମୋର ଭେଟ ହୋଇଥିଲା। ତାଙ୍କ ସହ ମୁଁ ୭ ମିନିଟର ବନ୍ଦେ ମାତରମ୍ ରେକର୍ଡ କଲି । ଏହାକୁ ଐତିହାସିକ ହେବା ଦରକାର । ମୁଁ ଚାହୁଛି ଯେତେଶୀଘ୍ର ହେଉ ।

ଏହା ସହ ବନ୍ଦେ ମାତରମ୍’ର ମହତ୍ବକୁ ବି ବୁଝେଇଛନ୍ତି ମୁକେଶ ଖାନ୍ନା । ସେ କହିଛନ୍ତି, ’ଜନ ଗଣ ମନ ’ଆମ ଦେଶରୁ ହଟିଯିବା ଉଚିତ। ଏହା ଜାଗାରେ ବନ୍ଦେ ମାତରମ୍ ଆସିବା ଉଚିତ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏ ଦିଗରେ କାମ କରୁଥିବା କଥା କହିଛନ୍ତି ମୁକେଶ ଖାନ୍ନା। ବନ୍ଦେ ମାତରମ୍ ଆମର ପ୍ରତି ସ୍କୁଲର ପ୍ରତି କାର୍ଯ୍ୟକ୍ରମରେ ଗାଇବା ଅନିବାର୍ଯ୍ୟ ହେବା ଉଚିତ । ପ୍ରଥମେ ବନ୍ଦେ ମାତରମ୍ ପ୍ରଥମେ ଗାଇବା ପରେ ଆଉ ଯାହା ଗାଇବା ଉଚିତ । ଏହା ପ୍ରଥମରୁ ହିଁ ରାଷ୍ଟ୍ରୀୟ ସଙ୍ଗୀତ ହୋଇ ରହିଛି ଏହାକୁ ରାଷ୍ଟ୍ରଗାନ ବି କରାଯିବା ଉଚିତ । ପୂର୍ବରୁ ବି ମୁକେଶ ଖାନ୍ନ ଏଭଳି ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି । ଏହା ଆଗରୁ କମେଡିଆନ୍ ସମୟ ରୈନାଙ୍କ କଣ୍ଟେଣ୍ଟକୁ ନେଇ ଖୁବ୍ ସମାଲୋଚନା କରିଥିବାବେଳେ ଏବେ ପୁଣି ଜନ ଗଣ ମନକୁ ନେଇ ।