News7 Logo

କ୍ରିକେଟ୍ ପରେ ବଲିଉଡ୍‌ରେ ନିଜର ଜଲୱା ଦେଖାଇବେ ଧୋନୀ , ଟିଜର ହୋଇଛି ଲଞ୍ଚ... ଦମଦାର ଭୂମିକାରେ ମାହି

NEWS7
-

ନୂଆଦିଲ୍ଲୀ –ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ଏମଏସ୍ ଧୋନୀ ସବୁଠୁ ସଫଳ ଅଧିନାୟକଙ୍କ ମଧ୍ୟରେ ଜଣେ। ସେ ତିନୋଟି ଆଇସିସି ଟ୍ରଫ (ଟି-୨୦ ବିଶ୍ୱ କପ୍‌, ୱାନଡେ ବିଶ୍ୱ କପ୍‌ ଓ ଚମ୍ପିୟାନସ୍ ଟ୍ରଫି) ଜିତି ଥିବା ଏକମାତ୍ର ଅଧିନାୟକ। ଜଣେ ଅଧିନାୟକ ଭାବେ ଧୋନୀଙ୍କର କ୍ୟାରିୟର ଖୁବ୍‌ ଭଲ ରହିଥିଲା। ତାଙ୍କର ଅଧିନାୟକତ୍ୱରେ ଭାରତୀୟ ଟିମ୍‌ ଖୁବ୍‌ ସଫଳତା ହାସଲ କରିଥିଲା। ଭାରତୀୟ କ୍ରିକେଟର ଏହି ପୂର୍ବତନ ଅଧିନାୟକ ବଲିଉଡ୍‌ର ଏକ ଆକ୍ସନ ପ୍ୟାକ୍‌ ମୁଭିରେ ନଜର ଆସିବାକୁ ଯାଉଛନ୍ତି। ରବିବାର ( ୭ ସେପ୍ଟେମ୍ୱର)ବଲିଉଡ ଷ୍ଟାର ଆର୍‌ ମାଧବନ ନିଜର ଆଗାମୀ ଫିଲ୍ମ  ଦ ଚେଜ୍‌  ଟିଜର ଜାରି କରିଥିଲେ ,ଯେଉଁଥିରେ ପୂର୍ବତନ କ୍ରିକେଟର ଏମଏସ୍‌ ଧୋନୀ ଟାସ୍କ ଫୋର୍ସ ଅଫିସରର ଭୂମିକାରେ ନଜର ଆସିବେ। ଯାହାର ନିର୍ଦ୍ଦେଶନା ଭାସଲ ବାଲା ଦେଇଛନ୍ତି।

ଟିଜରରେ ମାଧବନ ଓ ଧୋନୀ ଉଭୟ କଳା କପଡା ପିନ୍ଧିଥିବା , ବୁଲେଟପ୍ରୁଫ୍ ଜ୍ୟାକେଟ୍‌ ଓ କଳା ଚଷମା ସହ ଏକ ମିଶନ ପୂରା କରୁ ଥିବାର ଦେଖିବାକୁ ମିଳୁଛି। ଧୋନୀଙ୍କୁ ଟାସ୍କ ଫୋର୍ସ ଅଫିସରର ରୋଲ୍‌ରେ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ପ୍ରଶଂସକ ଏହାକୁ ଧୋନୀଙ୍କର ବଡ଼ ପରଦାରେ ଡେବ୍ୟୁ ବୋଲି କହୁଛନ୍ତି। 

 
 
 
 
 
 
 
 
 
 
 
 
 
 
 
 

A post shared by R. Madhavan (@actormaddy)

ମହେନ୍ଦ୍ର ସିଂହ ଧୋନୀଙ୍କୁ ଜୁନ୍‌ରେ ୨୦୨୫ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦର ହଲ୍ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ସେ ଏହି ପ୍ରତିଷ୍ଠିତ ସମ୍ମାନ ପାଇବାରେ ୧୧ତମ ଭାରତୀୟ କ୍ରିକେଟର ହୋଇଛନ୍ତି। ଧୋନୀଙ୍କର ଅଧିନାୟକତ୍ୱରେ ଭାରତୀୟ ଟେଷ୍ଟ ଟିମ୍‌ ୧୮ ମାସ ଯାଏ ବିଶ୍ୱର ନମ୍ୱର ୱାନ୍‌ ଟିମ୍‌ ଭାବେ ମଧ୍ୟ ରହିଥିଲା