LIVE TV

ଆଫଗାନିସ୍ତାନ ସହ ଯୁଦ୍ଧରେ ପାକିସ୍ତାନକୁ ମିଳିବ କି ସାଉଦି ଆରବର ସମର୍ଥନ? ନାଟୋ ଭଳି ଚୁକ୍ତିନାମା ଉପରେ କଣ କହିଲେ ବିଶେଷଜ୍ଞ ?

NEWS7
mother-torture-by-son-again-after-complaing

ନୂଆଦିଲ୍ଲୀ: ଆଟାକ୍କରୁଛି ତାଲିବାନ ଥରହର ପାକିସ୍ତାନ ଚୁପ୍ବସିଛି ସାଉଦି ଆତଙ୍କୀ ଦେଶକୁ ମିଳୁନି ସମର୍ଥନ ଭୟଙ୍କର ହେଉଛି  ଆଫଗାନିସ୍ତାନ-ପାକିସ୍ତାନ ଯୁଦ୍ଧ ସୀମାରେ ସଂଘର୍ଷ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍କରି ଛାନିଆଁ ମୁନିର ସେନା ଆକ୍ରମଣର କଡ଼ା ଜବାବ ଦେଇଛି ତାଲିବାନ ପାକିସ୍ତାନ ବର୍ଡର ପୋଷ୍ଟ ଉପରେ ସିରିଜ ଆଟାକ୍ ଆକ୍ରମଣରେ ୧୧ରୁ ଅଧିକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି ଆଗାମୀ ଦିନରେ ପାକିସ୍ତାନର ସମସ୍ୟା ଆହୁରି ଖରାପ ହୋଇପାରେ ଏଭଳି ସ୍ଥିତିରେ ଆଫଗାନିସ୍ତାନ ସହ ଯୁଦ୍ଧରେ ପାକିସ୍ତାନକୁ ମିଳିବ କି ସାଉଦି ଆରବର ସମର୍ଥନ? ନାଟୋ ଭଳି ଚୁକ୍ତି ପାଇଁ ଅଗ୍ନିପରୀକ୍ଷା ଦେବେ କି ସାଉଦି ଶାସକ ସଲମାନ ? କାରଣ ପାକିସ୍ତାନ ଏବଂ ସାଉଦି ଆରବ ଏକ ରଣନୈତିକ ପ୍ରତିରକ୍ଷା ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଯଦି କୌଣସି ଦେଶ ସେମାନଙ୍କ ଦେଶ ଉପରେ ଆକ୍ରମଣ କରେ, ତେବେ ଏହାକୁ ଅନ୍ୟ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ।

କିନ୍ତୁ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବାନୁସାରେ ସାଉଦି ଆରବ ଯୁଦ୍ଧ ଅପେକ୍ଷା ଆର୍ଥିକ ବିକାଶ ଉପରେ ଅଧିକ ଧ୍ୟାନ ଦେଉଛି। ଗତ କିଛି ବର୍ଷ ଧରି ଏହାର ବୈଦେଶିକ ନୀତି ଭିଜନ-୨୦୩୦ର ଉପରେ କେନ୍ଦ୍ରିତ ସାରା ବିଶ୍ୱରୁ ନିବେଶ ଆକର୍ଷିତ କରିବା ପାଇଁ ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ଏବଂ ତେଲ ବ୍ୟତୀତ ଅନ୍ୟ କ୍ଷେତ୍ରରେ ଏହାର ଆର୍ଥିକ ବିବିଧତା ଯୋଜନା ହାସଲ କରିବା ବର୍ତ୍ତମାନ ସାଉଦି ଆରବର ପ୍ରାଥମିକତା

ଏହା ବ୍ୟତୀତ ସାଉଦି ଆରବ "ଶୂନ୍ୟ-ସମସ୍ୟା" ବୈଦେଶିକ ନୀତି ଗ୍ରହଣ କରିଛି ଏହା ଆଞ୍ଚଳିକ ବିବାଦରେ ସିଧାସଳଖ ସାମରିକ ହସ୍ତକ୍ଷେପକୁ ଏଡାଇବାକୁ ଚେଷ୍ଟା କରେ। ସିରିଆ ଏବଂ ୟେମେନରୁ ସାଉଦି ତାର ସୈନ୍ୟ ପ୍ରତ୍ୟାହାର କରିବା ଜ୍ୱଳନ୍ତ ଉଦାହରଣସାଉଦି ଆରବ ଏବଂ ପାକିସ୍ତାନ ନିକଟତର। ତଥାପି ପ୍ରତିରକ୍ଷା ବିଶେଷଜ୍ଞ କହିବାନୁସାରେ ସାଉଦି ଆରବର ସାମରିକ ହସ୍ତକ୍ଷେପ ନକରିବାର ପ୍ରମୁଖ କାରଣ ରହିଛି

. ଭୌଗୋଳିକ ଏବଂ ରଣନୈତିକ ଦୂରତା

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ସାଉଦି ଆରବ ପାଇଁ ସିଧାସଳଖ ବିପଦ ସୃଷ୍ଟି କରିବ ନାହିଁ ଏହି ସଂଘର୍ଷ ମୁଖ୍ୟତଃ ଦ୍ୱିପାକ୍ଷିକ ସୀମା ବିବାଦ ଏବଂ ତେହରିକ୍-ଏ-ତାଲିବାନ୍ ପାକିସ୍ତାନ (TTP) ସହିତ ଜଡିତ। ସାଉଦି ଆରବର ସୁରକ୍ଷା ଚିନ୍ତା ଏହି ପ୍ରସଙ୍ଗଗୁଡ଼ିକଠାରୁ ପୃଥକ।

୨. ଅର୍ଥନୀତି ଉପରେ ଗୁରୁତ୍ୱ

ସାଉଦି ଆରବ ବର୍ତ୍ତମାନ ମୁଖ୍ୟତଃ "ଭିଜନ-୩୦"କୁ ଫୋକସ୍କରୁଛି ତୈଳକୁ ଛାଡ଼ି ବ୍ୟତୀତ ଅନ୍ୟ କ୍ଷେତ୍ରକୁ ଏହାର ଅର୍ଥନୀତିକୁ ସୁଦୃଢ଼ ସ୍ଥାନାନ୍ତର କରିବାରେ ନିୟୋଜିତ। ଯେକୌଣସି ସାମରିକ ସଂଘର୍ଷରେ ସିଧାସଳଖ ସମ୍ପୃକ୍ତି "ଭିଜନ-୨୦0" ର ମିଶନ ପାଇଁ କ୍ଷତିକାରକ ହେବ। ସାଉଦି ଆରବର ପ୍ରାଥମିକତା ସଂଘର୍ଷରେ ପ୍ରବେଶ କରିବା ନୁହେଁ, ବରଂ ବିଦେଶୀ ନିବେଶକୁ ଆକର୍ଷିତ କରିବା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା।

୩. ୟେମେନରୁ ପାଇଥିବା ଶିକ୍ଷା

ସାଉଦି ଆରବର ଶୀର୍ଷ ନେତାମାନେ ୟେମେନରେ ଦୀର୍ଘ ଏବଂ ବ୍ୟୟବହୁଳ ସାମରିକ ହସ୍ତକ୍ଷେପରୁ ଶିକ୍ଷା ପାଇଛନ୍ତି। ସେମାନେ ଫଳାଫଳ ହାସଲ କରିପାରିନାହାଁନ୍ତି। ଏହି ଅଭିଜ୍ଞତା ସାଉଦି ନେତୃତ୍ୱକୁ ଯେକୌଣସି ସାମରିକ ହସ୍ତକ୍ଷେପରେ ସିଧାସଳଖ ସମ୍ପୃକ୍ତିକୁ ଏଡାଇବାକୁ ଶିଖାଇଛି।

୪. ଇରାନ ସହିତ ଉତ୍ତେଜନା ହ୍ରାସ

ଇରାନ ସହିତ ଉତ୍ତେଜନା ହ୍ରାସ କରିଛି ସାଉଦି ଆରବଚୀନ୍ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ୨୦୨୩ ଚୁକ୍ତିନାମା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି। ଏପରି ପରିସ୍ଥିତିରେ, ଯଦି ସାଉଦି ଆରବ ଏକ ନୂ ଯୁଦ୍ଧରେ ସାମିଲ ହୁଏ, ତେବେ ଏହି ସନ୍ତୁଳନକୁ ବିଗାଡ଼ି ଦେଇପାରେ

ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ଯେ ୧୭ ସେପ୍ଟେମ୍ବର, ୨୦୨୫ରେ ରିୟାଦରେ ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ସ୍ୱାକ୍ଷରିତ "ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମା" କେବଳ ରାଜନୈତିକ ସଂହତି ଏବଂ ରଣନୈତିକ ସହଯୋଗର ଏକ ସଙ୍କେତ ଯୁଦ୍ଧ ମୈଦାନକୁ ଡେଇଁବା ଏତେ ସହଜ ନୁହେଁ କାରଣ ଆଫଗାନିସ୍ତାନ-ପାକିସ୍ତାନ ବିବାଦ ମୁଖ୍ୟତଃ ସୀମା ବିବାଦ, ଆତଙ୍କବାଦ ବିରୋଧୀ ଏବଂ ଦ୍ୱିପାକ୍ଷିକ ଉତ୍ତେଜନା ସହିତ ଜଡିତ। ତଥାପି, ଏହା କୂଟନୈତିକ ମଧ୍ୟସ୍ଥତାରେ ଭୂମିକା ଗ୍ରହଣ କରିପାରିବ।

ସାଉଦି ଆରବ ଉଭୟ ପକ୍ଷକୁ ସଂଯମତା ପାଇଁ ଆହ୍ୱାନ କରିଛି। ସାଉଦି ଆରବ ଏକ ଆଲୋଚନା ମଞ୍ଚ, ଆର୍ଥିକ ପ୍ରୋତ୍ସାହନ ଏବଂ ଉତ୍ତେଜନା ହ୍ରାସ ମାଧ୍ୟମରେ ପାକିସ୍ତାନକୁ ସହାୟତା କରିପାରିବ। ପାକିସ୍ତାନର ଆର୍ଥିକ ଅସ୍ଥିରତାକୁ ଦୃଷ୍ଟିରେ ରଖି, ସାଉଦି ଆରବ ଶାନ୍ତି ପୁନଃସ୍ଥାପନ ପାଇଁ ଏକ ଆର୍ଥିକ ପୁନରୁଦ୍ଧାର ପ୍ୟାକେଜ ମଧ୍ୟ ଜାରି କରିପାରିବ। ଯଦି ଆଗାମୀ ଦିନରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି ଖରାପ ହୁଏ, ତେବେ ସାଉଦି ଆରବ ପ୍ରତିରକ୍ଷା ଉପକରଣ, ଆର୍ଥିକ ସହାୟତା ଏବଂ ଗୁପ୍ତଚର ସହଯୋଗ ମାଧ୍ୟମରେ ସହାୟତା ପ୍ରଦାନ କରିପାରିବ।