ସରକାର କହିଥିଲେ ମାଗଣାରେ ବଣ୍ଟାଯିବ, ହେଲେ ଆୟୁଷ୍ମାନ କାର୍ଡ ବଣ୍ଟନ ପାଇଁ ଆଦାୟ ହେଉଛି ଟଙ୍କା

Published By : Prameya-News7 Bureau | April 27, 2025 IST

ବାଙ୍କୀ: ସରକାରଙ୍କ ପକ୍ଷରୁ ଏବେ ମାଗଣାରେ ଦିଆ ଯାଉଛି ଆୟୁଷ୍ମାନ କାର୍ଡ। ଯେଉଁଥିରେ ଗୋପବନ୍ଧୁ ଜନ ଆରୋଗ୍ୟ ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଉଛି। ଏହି କାର୍ଡ ସମ୍ପୂର୍ଣ୍ଣ ଭାବେ ମାଗଣାରେ ଦେବା ପାଇଁ ବିଧିବଦ୍ଧ ଭାବେ ଘୋଷଣା ବି କରାଯାଇଛି। କିନ୍ତୁ ଏହି କାର୍ଡ ବଣ୍ଟନ ନାଁରେ ଟଙ୍କା ଆଦାୟ ହେଉଥିବା ଅଭିଯୋଗ ଆସିଛି। ଏପରିକି ଏହାର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି। ଯେଉଁଥିରେ ଜଣେ ବ୍ୟକ୍ତି କାର୍ଡ ପାଇଁ ନିଜ ପର୍ସରୁ ଟଙ୍କା କାଢି କାର୍ଡ ପାଇଁ ଦେଉଥିବା ଦେଖିବାକୁ ମିଳୁଛି। ଏବେ ଏନେଇ  ଅଭିଯୋଗ ଆଣିଛନ୍ତି ବାଙ୍କୀ ଡମପଡା ବ୍ଲକ ତାଳବସ୍ତ ପଂଚାୟତର କୃଷ୍ଣପଲ୍ଲୀ ଗ୍ରାମର ଅଧିବାସୀ। 

ଲୋକ ହିତାଧିକାରୀଙ୍କ କହିବାର କଥା ସରକାର ମାଗଣାରେ ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ବିନା ଅର୍ଥ ଅlଦlୟରେ ସ୍ୱାସ୍ଥ୍ୟ କାର୍ଡ ସାଧାରଣ ଲୋକଙ୍କୁ ଯୋଗାଇଦେବାକୁ ନିର୍ଦେଶ ଦେଇଥିବା ବେଳେ ଏଠି ତାର ଓଲଟା ସାଧାରଣ ଲୋକଙ୍କ ଠାରୁ ଜଣଙ୍କ ପିଛା ୫୦ଟଙ୍କା ଆଦାୟ ହେଉଥିବା ଅଭିଯୋଗ କରିଛନ୍ତି।  ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ, ଅଙ୍ଗନବାଡି ଦିଦି,  ଆଶା ଦିଦି ଆଉ ଅନ ଲାଇନରେ ଆକ୍ଟିଭ କରୁଥିବା କମ୍ପୁଟର ସଦସ୍ୟ ଏମାନେ ମିଳି ମିଶି ଅର୍ଥ ଆଦାୟ କରୁଛନ୍ତି ସାଧାରଣ ଲୋକଙ୍କ ଠାରୁ।  ଏନେଇ ପ୍ରଶାସନ ହୁଅନ୍ତୁ ଅଥବା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କିଭଳି ମାଗଣାରେ ଏହି କାର୍ଡ ପାଇବେ ନିବେଦନ କରିଛନ୍ତି।  ଅନ୍ୟପଟେ ଏଭଳି ମାଗଣା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଅର୍ଥ ଆଦାୟ କରୁଥିବା ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ସହ ଯେଉଁମାନେ ସଧାରଣ ଲୋକଙ୍କ ଠାରୁ ଅର୍ଥ ଆଦାୟ କରିଛନ୍ତି ତୁରନ୍ତ ଫେରାଇବାକୁ ଦାବି କରିଛନ୍ତି।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.