ଆର୍ଥିକ ଠକେଇରେ ଲିପ୍ତ ୧.୫୮ଲକ୍ଷ ମୋବାଇଲ ହ୍ୟାଣ୍ଡସେଟ୍ ବ୍ଲକ୍,କଟିଛି ୩୦ ଲକ୍ଷରୁ ଅଧିକ ମୋବାଇଲର କନେକ୍ସନ

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ ୭।୫:  ଯଦି ଆପଣଙ୍କ ସହିତ କେହି ସାଇବର ଅପରାଧ କରିବାକୁ ଉଦ୍ୟମ କରୁଥାଏ ବା ଆର୍ଥିକ ଠକେଇ ନିମନ୍ତେ କଲ ବା ମ୍ୟାସେଜ ପଠାଉଥାଏ ତେବେ ତୁରନ୍ତ ସେହି ନମ୍ବର ସମ୍ପର୍କରେ ସଞ୍ଚାର ସାଥୀ ପୋର୍ଟାଲରେ ଅଭିଯୋଗ କରନ୍ତୁ। ଏପରି ଅଭିଯୋଗକୁ ଟେଲିକମ ଡିପାର୍ଟମେଣ୍ଟ ଗୁରୁତର ସହ ଗ୍ରହଣ କରୁଛନ୍ତି ଓ ତତ୍କାଳ ପ୍ରଭାବରେ ନମ୍ବରକୁ ବ୍ଲକ୍ କରୁଛନ୍ତି। ଟେଲିକମ୍ ବିଭାଗ ଅନୁସାରେ ଗତ ଏପ୍ରିଲ ୩୦ ତାରିଖ ସୁଧା ସଞ୍ଚାର ସାଥୀ ପୋର୍ଟାଲରେ ହୋଇଥିବା ଅଭିଯୋଗ ଅନୁସାରେ ୧.୫୮ ଲକ୍ଷ ହ୍ୟାଣ୍ଡସେଟ୍ ଓ ୩୦.୧୪ଲକ୍ଷ ଏପରି ମୋବାଇଲ ବ୍ଲକ୍ କରାଯାଇଛି ଯେଉଁ ଗୁଡିକ ଅନ୍ୟ ନାମରେ ଚାଲୁଥିଲେ। 

ସଞ୍ଚାରସାଥୀ ପୋର୍ଟାଲକୁ ଯାଇ ଉପଭୋକ୍ତା ଜାଣିପାରିବେ ଯେ ତାଙ୍କ ନାମରେ କେତୋଟି ସିମ୍‌ ବ୍ୟବହାର ହେଉଛି। ଯଦି ଉପଭୋକ୍ତାଙ୍କ ଅଜାଣତରେ ତାଙ୍କ ନାମରେ ସିମ୍‌ ୟୁଜ୍‌ ରେ ଥାଏ ତେବେ ପୋର୍ଟାଲରେ ଉପଭୋକ୍ତାଙ୍କ ଅଭିଯୋଗ ଅନୁସାରେ ଏହି ସିମ୍‌ କୁ ବ୍ଲକ୍‌ କରିଦିଆଯିବ। ବିଭାଗଙ୍କ ସୂଚନା ଅନୁସାରେ ସାଇବର ଅପରାଧ ଓ ଆର୍ଥିକ ଠକେଇ ରୋକିବା ପାଇଁ ଏପର୍ଯ୍ୟନ୍ତ ୫୨ ସଂସ୍ଥାଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ଏହି ସବୁ ସଂସ୍ଥା ଆପତ୍ତିଜନକ ଓ ଲୋକଙ୍କୁ ଫସାଇବା ପରି ଏସଏମଏସ୍ ପଠାଉଥିଲେ। 

ସେହିପରି ଏସଏମଏସ୍ ମାଧ୍ୟମରେ ବାର୍ତ୍ତା ପଠାଇବା ପାଇଁ ତିଆରି କରାଯାଇଥିବା ୭୦୦ ଟେମ୍ପ୍ଲେଟ୍‌କୁ ବି ନିଷ୍କ୍ରିୟ କରାଯାଇଛି। ବିଭାଗଙ୍କ ଅନୁସାରେ ଚଳିତବର୍ଷ ଏପ୍ରିଲ ୩୦ ତାରିଖ ସୁଧା ଚୋରି ହୋଇଯାଇଥିବା ଅଥବା ହଜି ଯାଇଥିବା ୮.୭୧ ଲକ୍ଷ ମୋବାଇଲ ଫୋନକୁ ବ୍ଲକ୍ କରାଯାଇଛି। ଏହା ଛଡା ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ଚୋରି ହୋଇଥିବା ମୋବାଇଲ ଫୋନକୁ ଖୋଜିବା ଏବେ ସହଜ ହେଉଛି। ଏଥିରେ ଏପର୍ଯ୍ୟନ୍ତ ୧ଲକ୍ଷ ୨୫ ହଜାର ୯୯୧ ଟି ଚୋରି ହୋଇଥିବା ଫୋନ ସେମାନଙ୍କ ମାଲିକଙ୍କୁ ଫେରା ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.