ରୋସନେଫ୍ଟ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚୁକ୍ତି, ରୁବଲରେ କିଣିବ ରୁଷ ତେଲ

Published By : Prameya-News7 Bureau | May 28, 2024 IST

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ରିଫାଇନିଂ କମପ୍ଲେକ୍ସ ପରିଚାଳନା କରୁଥିବା ଭାରତୀୟ କମ୍ପାନି ରିଲାଏନ୍ସ ଇଣ୍ଡିଷ୍ଟ୍ରିଜ୍ ରୁଷ କମ୍ପାନି ରୋସନେଫ୍ଟ ସହ ଏକ ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷର କରିଛି । ଭାରତୀୟ କମ୍ପାନି ଏହି ଚୁକ୍ତି ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଅତି କମରେ ୩ ମିଲିୟନ ବ୍ୟାରେଲ୍ ତେଲ ଆମଦାନୀ କରିବ । ଏଥିପାଇଁ ରୁଷ ମୁଦ୍ରା ରୁବଲରେ ପୈଠ କରାଯିବ ।

ଆଶଂକା କରାଯାଉଛି ଯେ ତେଲ ଉତ୍ପାଦକ ଦେଶଙ୍କ ଗୋଷ୍ଠୀ OPEC+ ଜୁନ୍ ପରେ ବି କମ ତେଲ ଯୋଗାଣ ଜାରି ରଖିବ । ଏହିପରି ସ୍ଥିତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରୋସନେଟ୍ ସହ ଚୁକ୍ତି ଯୋଗୁଁ ଶସ୍ତା ମୂଲ୍ୟରେ ତେଲ ସୁରକ୍ଷିତ ରଖିବାରେ ସହାୟକ ହେବ । ଉଲ୍ଲେଖଯୋଗ୍ୟ ଯେ ପେଟ୍ରୋଲିୟମ ରପ୍ତାନୀକାରୀ ଦେଶଙ୍କ ସଂଗଠନ ଏବଂ ରୁଷ ସମେତ ଅନ୍ୟ ସହଯୋଗୀଙ୍କ ଦେଶକୁ ମିଳିତ ଭାବେ OPEC+ ଗ୍ରୁପ ଗଠନ କରିଛନ୍ତି । OPEC+ ଜୁନ୍ ୨ରେ ଏକ ଅନଲାଇନ ବୈଠକର ଉତ୍ପାଦନ କରିବ ।

ଭାରତ ଦୁନିଆର ତୃତୀୟ ସବୁଠୁ ବଡ଼ ତେଲ ଆମଦାନୀକାରୀ ଏବଂ ଉପଭୋକ୍ତା ଦେଶ । ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ପାଶ୍ଚାତ୍ୟ ଦେଶ ରୁଷରୁ ତେଲ କିଣିବା ଉପରେ ବ୍ୟାନ୍ ଲଗାଇଥିଲେ । ଏହାପରଠୁ ଭାରତ ସାମୁଦ୍ରିକ ରୁଷ ଅଶୋଧିତ ତୈଳ (seaborne Russian crude)ର ସବୁଠୁ ବଡ଼ ଆମଦାନୀକାରୀ ଦେଶ ହୋଇଥିଲା । ରୁଷଠାରୁ ତେଲ କିଣିବା ପାଇଁ ଭାରତ ଦିରହମ ଏବଂ ଚୀନ ମୁଦ୍ରା ୟୁଆନରେ ପୈଠ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.