ପ୍ରତି ପର୍ଯ୍ୟାୟରେ ଗୋଲପୋଷ୍ଟ ଚେଞ୍ଜ କରୁଛି ବିଜେପି, ୩ ଚତୁର୍ଥାଂଶ ସିଟରେ ଜିତିବ ବିଜେଡି- ଭିକେ ପାଣ୍ଡିଆନ୍‌

Published By : Prameya-News7 Bureau | May 30, 2024 IST

ଭୁବନେଶ୍ୱର ୩୦।୦୫ : ବିଜେପିକୁ ପୁଣି ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ଟାର୍ଗେଟ । ପ୍ରେସମିଟ୍‌ ଜରିଆରେ ବିଭିନ୍ନ ପ୍ରସଙ୍ଗ ନେଇ ଘେରିଲେ ଭିକେ ପାଣ୍ଡିଆନ୍‌ । ପ୍ରତି ପର୍ଯ୍ୟାୟରେ ବିଜେପି ଗୋଲ ପୋଷ୍ଟ ଚେଞ୍ଜ କରୁଛି ବୋଲି କହିଛନ୍ତି ପାଣ୍ଡିଆନ୍‌ । 

ଏହି ପ୍ରେସ୍‌ମିଟ୍‌ରେ ସେ କହିଛନ୍ତି ଯ, ପ୍ରଥମେ ଓଡିଆ ଅସ୍ମିଚା କଥା ଉଠାଇଲେ । ହେଲେ ନିଜର ଗୋଲ ପୋଷ୍ଟ ଚେଞ୍ଜ କରିଦେଲେ । ରତ୍ନ ଭଣ୍ଡାର ଇସ୍ୟୁକୁ ଉଠାଇଲେ । ହେଲେ ୪୦ ବର୍ଷ ହେଲା ରତ୍ନଭଣ୍ଡାର  ଖୋଲା ଯାଇନାହିଁ । ସୁପ୍ରିମକୋର୍ଟ ଜଷ୍ଟିସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ମିଛ କଥା ଉଠାଇବାକୁ ଚେଷ୍ଟ କରିଥିଲେ । ହେଲେ ତାହା ବୁମେରାଂ ହୋଇଗଲା ।  

ସେହିପରି ବିଗତ ଦିନରେ ମନ୍ଦିର କାମ ଅଟକାଇବାକୁ ଚେଷ୍ଟା କଲେ । ଯାହାକୁ ଓଡିଶାବାସୀ କେବେ କ୍ଷମା ଦେବେ ନାହିଁ । ମହାନଦୀ କାମ ବି ଅକଟାଇଥିଲେ । ଏପିରିକି ଜନନାୟକ ବିଜୁ ବାବୁଙ୍କୁ ଭାରତ ରତ୍ନ ନ ଦେଇ ଅସମ୍ମାନ କରିଲେ । ଏହାଠୁ ଦୁଃଖର ଆଉ କିଛି ନାହିଁ । ଭାରତ ରତ୍ନ  ପାଇବା ପାଇଁ କଣ ଓଡିଶାରୁ କେହି ନାହାନ୍ତି ।  ଆଗାମୀ ଦିନରେ ନବୀନ ବାବୁ ବହୁମତରେ ଜିତୁଛନ୍ତି । ତାଙ୍କ ଲୋକପ୍ରିୟତା ସବୁଠୁ ଅଧିକ । ତେଣୁ ବାହାରୁ ଆସୁଥିବା ନେତା ଅଶାଳନୀ-ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି । ଓଡିଶାବାସୀ କେବେ ଭୁଲିବେ ନାହିଁ । ଜୁନ୍‌ ୪ରେ ସବୁ ଜଣାପଡିବ । ଓଡିଶା ଜନତା ଉଚିତ୍‌ ଜବାବ ଦେବେ । ବିଜେପିର ସ୍ଥିତି ନାହିଁ । ନିଯୁକ୍ତି, ଦରଦାମ ବୃଦ୍ଧ, ସଶକ୍ତ ରାଜ୍ୟରେ କେବେ କହୁନାହାନ୍ତି , କମନ ମ୍ୟାନ୍‌ଙ୍କୁ ଛୁଇଁଲା ଭଳି କଥା ନାହିଁ , ବାରମ୍ବାର ଗୋଲ ପୋଷ୍ଟ ଚେଞ୍ଜ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସେବା ମନବୃତ୍ତି ନେଇ ରାଜନୀତି କରନ୍ତି ଓ କରୁଛନ୍ତି । ତେଣୁ ଓଡିଶାବାସୀ ବିଜେପିକୁ ଉଚିତ୍‌ ଜବାବ ଦେବେ । 

ବିଜେପି ପାଖରେ ଭଲ ଆଷ୍ଟ୍ରୋଲୋଜର ଅଛନ୍ତି । ସବୁ ବେଳେ ଆକଳନ କରୁଛନ୍ତି । ଭଲ ଆଷ୍ଟ୍ରୋଲେଜର ରଖୁ ବିଜେପି । ଓଡିଶାରେ କେତେ କିଲୋମିଟର ରାସ୍ତା କରିଛନ୍ତି । ୧୦ ବର୍ଷ ହେଲା ଶାନରେ ଅଛନ୍ତି । ନିର୍ବାଚନ ୧୦ ଦିନ ପୂର୍ବରୁ ଓଡିଶା କଥା ମନେ ପଡିଲା । କ୍ୟାପିଟାଲ ରିଙ୍ଗ ରୋଡ ହେଲା ନାହିଁ । କମ୍ପାନୀ ଆସିପାରିଲା ନାହିଁ । ସବୁ ରାଜ୍ୟରେ ବ୍ୟକ୍ତିଗତ ଆଟକ କରିବା ତାଙ୍କ ଫର୍ମୁଲା । ଗୋଟେ ଦିନ ଅଛି ନିର୍ବାଚନ । ତେଣୁ ଷ୍ଟାଟସ ଚେଷ୍ଟ କରୁ ବିଜେପି ।

ଚଳିତ ନିର୍ବାଚନରେ ୪ର୍ଥ ଫେଜ୍‌କୁ ମିଶାଇ ଥ୍ରି ଫୋର ମେଜରିଟି ନେବୁ । ଓଡିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବା ଭଳି କଥାକୁ କେବେ ଗ୍ରହଣ କରିବେ ନାହିଁ ।  ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ନେଇ କହିଛନ୍ତି ଯେ,  ରାହୁଲ ଗାନ୍ଧୀ ଙ୍କ ଗସ୍ତ ହେଉ ଭଲ ହେବ । ମୁଁ ବି ଆଶା କରିବି ଓଡିଶାରେ କଂଗ୍ରେସ ଟିକେ ଗ୍ରୋ କଲେ ଭଲ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.