ଏଚପିସିଏଲ ସହ ଏମଜି ମୋଟର ଇଣ୍ଡିଆର ଚୁକ୍ତି, ଦେଶର ପ୍ରମୁଖ ସହରରେ ପ୍ରତିଷ୍ଠା କରିବ ଇଭି ଚାର୍ଜିଂ ଷ୍ଟେସନ

Published By : Prameya-News7 Bureau | May 29, 2024 IST

ନୂଆଦିଲ୍ଲୀ: ଏମଜି ମୋଟର ଇଣ୍ଡିଆ ଦେଶରେ ଇଭି ଚାର୍ଜିଂ ଷ୍ଟେସନର ବିସ୍ତାର ପାଇଁ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ସହ ଏକ ଚୁକ୍ତି କରିଛି। ବୁଧବାର ଏମଜି ମୋଟର ଇଣ୍ଡିଆ ଦେଇଥିବା ସୂଚନା ଅନୁଯାୟୀ, ଏହି ବୁଝାମଣା ଅନୁଯାୟୀ କମ୍ପାନି ଏଚପିସିଏଲ ସହ ମିଶି ଦେଶର ପ୍ରମୁଖ ସହର ଏବଂ ଜାତୀୟ ରାଜପଥରେ 50 KW/ 60 KW DC ଫାଷ୍ଟ ଚାର୍ଜର ଲଗାଇବ। 

ଏମଜି ମୋଟର ଇଣ୍ଡିଆର ହେଡ୍‌ ଡେଭଲପମେଣ୍ଟ ଅଧିକାରୀ ଗୌରବ ଗୁପ୍ତା କହିଛନ୍ତି, ଭାରତରେ ଏଚପିସିଏଲର ବିଶାଳ ନେଟଓ୍ବର୍କ ଏବଂ ଉପସ୍ଥିତି ରହିଛି। ଆଉ ଏହି ଚୁକ୍ତି ଫଳରେ ଇଭି ୟୁଜର୍ସଙ୍କୁ ଚାର୍ଜିଂ ସୁବିଧା ସହଜରେ ଉପଲବ୍ଧ କରାଇବା ମୂଳ ଲକ୍ଷ୍ୟ ରହିଛି।

ସେହିଭଳି ଏଚପିସିଏଲର ମୁଖ୍ୟ ମହାପ୍ରବନ୍ଧକ ରାଜଦୀପ ଘୋଷ କହିଛନ୍ତି କମ୍ପାନିର ୨୨ ହଜାର ଅଧିକ ପେଟ୍ରୋଲ ପମ୍ପ ରହିଛି। ତେଣୁ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରିବା ଦ୍ବାରା ବେଶ୍‌ ଉପକୃତ ହେବେ ଗ୍ରାହକ। ସେ ଆହୁରି କହିଛନ୍ତି ଏଚପିସିଏଲ ୨୦୨୪ ଡିସେମ୍ବର ସୁଦ୍ଧା ୫ ହଜାର ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.