ଜୁନ୍‌ ୧ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ, ଗୁରୁବାର ସଂଧ୍ୟାରେ ସରୁଛି ପ୍ରଚାର

Published By : Prameya-News7 Bureau | May 30, 2024 IST

ଭୁବନେଶ୍ୱର ୩୦।୦୫: ଆସନ୍ତା ଜୁନ୍‌ ୧ ତାରିଖରେ ରାଜ୍ୟରେ ହେବାକୁ ଯାଉଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଗୁରୁବାର ସଂଧ୍ୟାରେ ସରିବ ପ୍ରଚାର । ତେଣୁ ପ୍ରଚାରର ଶେଷ ଦିନ ଥିବାରୁ ସମସ୍ତ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଉଛି । ଜୁନ୍‌ ୧ ତାରିଖରେ  ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ଭୋଟ ହେବାକୁ ଯାଉଛି । 

ତେବେ ନିର୍ବାଚନ ହେବାକୁ ଥିବା ୬ଟି ଲୋକସଭା ଆସନ ହେଉଛି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଥିବା ବେଳେ ୪୨ଟି ବିଧାନସଭା ଆସନ ହେଉଛି ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡ଼ସାହି, ବାରିପଦା, ମୋରଡ଼ା, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ବିଂଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ନିଆଳୀ, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା।

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.