News7 Logo

ସବୁ କଥା ଆଲୋଚନାରେ ସମାଧାନ ହୁଏ, ଆନ୍ଦୋଳନ ନୁହେଁ ସରକାରଙ୍କ ସହ କଥା ହୁଅନ୍ତୁ

NEWS7
minister

ଭୁବନେଶ୍ୱର ୧୦।୦୯ : ଗତ ୧୪ ମାସରେ ୧୪ NAC ଓ ୭ ପୌର ପରିଷଦ ଓ ପୁରୀ ମହାନଗର ନିଗମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ଆହୁରି ମଧ୍ୟ ଘୋଷଣା ହେବ । ଏକାସାଙ୍ଗେ ସବୁ ହୋଇପାରିବନାହିଁ । ସବୁ ମାପଦଣ୍ଡ  ଦେଖି ଏହା ହେବ ।ଯେଉଁମାନେ ଆପତ୍ତି କରିଥିଲେ, ତାକୁ ବିଚାର କରାଯାଇଥିଲା | ପଞ୍ଚାୟତିରାଜ ବିଭାଗ ତର୍ଜମା କରି ନଗର ଉନ୍ନୟନ ବିଭାଗକୁ ଦେବା ପରେ ଘୋଷଣା ହେଲା | ଯେଉଁଠି ଆବଶ୍ୟକ ଓ ମାପଦଣ୍ଡ ଠିକ ଥିବ, ସେଠି ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସବୁ କଥା ଆଲୋଚନାରେ ସମାଧାନ ହୁଏ | ଆନ୍ଦୋଳନରେ ନୁହେଁ, ଲୋକେ ଆସି ସରକାରଙ୍କ ସହ ଆଲୋଚନା କରନ୍ତୁ | ଏହା ସ୍ୱାଗତଯୋଗ୍ୟ ଯେ ଲୋକ ସହରୀକରଣ ଚାହୁଁଛନ୍ତି | ସହରରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପରି ବ୍ୟବସ୍ଥା ଅଛି | ତେଣୁ ଲୋକେ ସହରକୁ ଆସୁଛନ୍ତି | ହେଲେ ସହରୀକରଣରେ ଓଡ଼ିଶା ପଛରେ ଅଛି | ଜାତୀୟସ୍ତର ୩୨-୩୪% ଥିବାବେଳେ ଓଡ଼ିଶା କେବଳ ୧୭% ରେ ସୀମିତ ଅଛି | ଯାହା ଝାଡ଼ଖଣ୍ଡ ଓ ଛତିଶଗଡଠାରୁ କାମ | ସରକାର ଏହା ଉପରେ ସମୀକ୍ଷା କରି ସହରୀକରଣ ବଢାଇବାକୁ ଚାହୁଁଛନ୍ତି