ଫାଷ୍ଟ ବୋଲର ମୟଙ୍କ ଯାଦବଙ୍କୁ BCCI ଦେଇପାରେ କନଟ୍ରାକ୍ଟ, ବଳକା IPL ମ୍ୟାଚ୍ ଖେଳିବା ମୁସ୍କିଲ୍

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ: ଫାଷ୍ଟ ବୋଲର ମୟଙ୍କ ଯାଦବ ଆଇପିଏଲ ୨୦୨୪ରେ ଗୋଟିଏ ମାସ ଭିତରେ ଦୁଇଥର ଆହତ ହୋଇଛନ୍ତି । ମୁମ୍ୱାଇ ଇଣ୍ଡିଆନ୍ସ ସହ ମୁକାବିଲାରେ ୧୯ତମ ଓଭର ପ୍ରଥମ ବଲ୍ ପକାଇବା ବେଳେ ପେଟର ମାଂସପେସୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସେ ମୈଦାନରୁ ବାହାରକୁ ଚାଲିଯାଇଥିଲେ । ଏହାରି ଭିତରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ବଡ଼ ସୂଚନା ସାମନାକୁ ଆସିଛି । ପେଟରେ ମାଂସପେସୀରେ ଆଘାତ ଯୋଗୁଁ ଫାଷ୍ଟ ବୋଲର ମୟଙ୍କ ଯାଦବଙ୍କ ଆଇପିଏଲର ବଳକା ମ୍ୟାଚ୍ ଖେଳିବା ସମ୍ଭାବନା କମ । ତେବେ ଏସବୁ ଭିତରେ ମୟଙ୍କ ଯାଦବଙ୍କ ପାଇଁ ଭଲ ଖବର ସାମନାକୁ ଆସୁଛି । ବିସିସିଆଇ ତାଙ୍କୁ କନଟ୍ରାକ୍ଟ ଦେଇପାରେ ।

ରିପୋର୍ଟ ଅନୁସାରେ ଦିଲ୍ଲୀର ମୟଙ୍କ ଯାଦବ ନିଜ ସ୍ପିଡରେ ପ୍ରଭାବିତ କରିବାର ପୁରସ୍କାର ଶୀଘ୍ର ପାଇପାରନ୍ତି । ତାଙ୍କୁ ଉମରାନ ମଲ୍ଲିକ, ବିଦବଥ କାଭେରପ୍ପା, ବିଶାକ ବିଜୟକୁମାର, ଦୟ ଦୟାଲ ଏବଂ ଆକାଶଦୀପଙ୍କ ସହ ବିସିସିଆଇ ଦ୍ୱାରା ଦ୍ରୁତ ବୋଲର ଅନୁବନ୍ଧ ଦିଆଯିବା ଏକ ପ୍ରକାର ନିଶ୍ଚିତ ।

ଏହି କନଟ୍ରାକ୍ଟ ମିଳିବା ପରେ ମୟଙ୍କ ଯାଦବ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ସ୍ପୋର୍ଟ୍ସ ସାଇନ୍ସ ଏବଂ ମେଡିକାଲ ଟିମର ନୀରିକ୍ଷଣରେ ରହିବେ । ମୟଙ୍କ ଆଇପିଏଲରେ ଲାଗାତର ୧୫୦ କିଲୋମିଟର ପ୍ରତିଘଣ୍ଟା ବେଗର ବୋଲିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଲଗାତାର ଦୁଇଟି ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମଧ୍ୟ ହୋଇଥିଲେ । ତେବେ ସେ ନିଜର ତୃତୀୟ ମ୍ୟାଚରେ ଆହତ ହେବା ପରେ ଚାରି ସପ୍ତାହ ଯାଏ ଖେଳରୁ ଦୂର ହୋଇଛନ୍ତି । ସୂତ୍ର ଅନୁସାରେ, 'ତାଙ୍କୁ ଶୀଘ୍ର ଦ୍ରୁତ ବୋଲର କନଟ୍ରାକ୍ଟ ଦିଆଯିବ ଏବଂ ବିସିସିଆଇର ଛତ୍ରଛାୟାକୁ ଆସିବା ପରେ ତାଙ୍କର ବିକାଶକୁ ବ୍ୟବସ୍ଥିତ ରୂପେ ନୀରିକ୍ଷଣ କରାଯିବ ।'  

  • cricket
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.