କିଏ ହେବେ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ? ରେସ୍‌ରେ ଗମ୍ଭୀର, ସେହୱାଗ, ଲକ୍ଷ୍ମଣ

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ ୧୫/୦୫:  ଟି-୨୦ ବିଶ୍ୱକପ ୨୦୨୪ କାଉଣ୍ଟଡାଉନ୍ । ଭାରତୀୟ କ୍ରିକେଟ୍ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଆସନ୍ତା ମାସରେ ଟି-୨୦ ବିଶ୍ୱକପ ୨୦୨୪ ଖେଳିବ ।  ଏହାପରେ ବଦଳିବେ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ।  ସରି ସରି ଆସୁଛି ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ତାଙ୍କ ସ୍ଥାନରେ ଆସିପାରନ୍ତି ନୂଆ କୋଚ । 

ଏଥିପାଇଁ ବିସିସିଆଇ ଆରମ୍ଭ କରିଛି ଆବେଦନ ପ୍ରକ୍ରିୟା । କିନ୍ତୁ ଏହି ସମୟରେ ସାମ୍ନାକୁ ଆସିଛି ବଡ ଖବର । ଚର୍ଚ୍ଚା ହେଉଛି ଏଥର ଜଣେ ବିଦେଶୀଙ୍କୁ ଭାରତୀୟ ଦଳର ହେଡ୍ କୋଚ୍ କରାଯାଇପାରେ । ଏଥିପାଇଁ ବିସିସିଆଇ ବୋର୍ଡ ଖେଳାଳିଙ୍କ ସହ କଥା ହୋଇଛି । 

ଏଥିପାଇଁ ଭାରତୀୟ ବୋର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଟମ ମୁଡି ଏବଂ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କ ସହ କିଛି ପୂର୍ବତନ କ୍ରିକେଟରଙ୍କ ସହ କଥା ହୋଇଛି ବିସିସିଆଇ । ବିସିସିଆଇର ବିଶେଷ ସୂତ୍ରରୁ ଜଣାପଡିଛି ଯେ, ବିଦେଶ ଖେଳାଳିଙ୍କ ବ୍ୟତୀତ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଗୌତମ ଗମ୍ଭୀର, ବିରେନ୍ଦ୍ର ସେହୱାଗ, ଭିଭିଏସ୍ ଲକ୍ଷ୍ମଣଙ୍କ ନା ମଧ୍ୟ ଭାରତୀୟ ଦଳର ନୂତନ କୋଚ୍ ପାଇଁ ଦୌଡ଼ରେ ଅଛି । 

ଏମାନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ଜଷ୍ଟିନ ଲେଙ୍ଗରଙ୍କ ନାମ ମଧ୍ୟ ରେସ୍‌ରେ ରହିଛି । ତେବେ ଯାହା ଜଣାପଡୁଛି, 'ଏଥର ଜଣେ ବିଦେଶୀ ଭେଟେରାନଙ୍କୁ ଭାରତୀୟ ଦଳର ନୂତନ କୋଚ କରାଯାଇପାରେ । ବୋର୍ଡ ପୂର୍ବରୁ ଟମ ମୁଡି ଏବଂ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କ ସମେତ କିଛି ଦିଗ୍ଗଜଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । 

ତେବେ ଫ୍ଲେମିଂ ଏଥିରେ ବେଶି ଦାବିଦାବ ଥିବା ପରେ ମନେହୁଏ । କିନ୍ତୁ ଯେପର୍ଯ୍ୟନ୍ତ ସେ ଆବେଦନ କରିନାହାଂନ୍ତି ସେପର୍ଯ୍ୟନ୍ତ କିଛି କହିବା ମୁସ୍କିଲ୍ । ଗତ ସୋମବାର ସୋସିଆଲ ମିଡିଆ ମାଧ୍ୟମରେ ବିସିସିଆଇ ନୂତନ ମୁଖ୍ୟ ପ୍ରଶିକ୍ଷକଙ୍କ ପାଇଁ ଆବେଦନ କରିଛି। ବର୍ତ୍ତମାନ ରାହୁଲ ଦ୍ରାବିଡ ଭାରତୀୟ ଦଳର କୋଚ ପଦରେ ଅଛନ୍ତି । ODI ବିଶ୍ୱକପ୍ ୨୦୨୩ ପର୍ଯ୍ୟନ୍ତ ବିସିସିଆଇ ଦ୍ରାବିଡଙ୍କୁ କୋଚ୍ ଭାବରେ ନିଯୁକ୍ତ କରିଥିଲା। 

କିନ୍ତୁ ଏହା ପରେ ଭାରତୀୟ ବୋର୍ଡ ଦ୍ରାବିଡଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । ଏହି ବିଶ୍ୱକପ୍ ଜୁନ୍ ୧ ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଆୟୋଜନରେ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ବିସିସିଆଇ ନୂଆ କୋଚର ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ପାଇଁ ଶେଷ ତାରିଖ ଭାବରେ ମେ ୨୭ ତାରିଖ । 

ବିସିସିଆଇ ସଚିବ ଜୟ ଶାହା ଏହା ସ୍ପଷ୍ଟ କରିସାରିଛନ୍ତି ଯେ ଯଦି ରାହୁଲ ଦ୍ରାବିଡ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ସେ ଏହି ପଦବୀ ପାଇଁ ପୁନର୍ବାର ଆବେଦନ କରିପାରିବେ । ତେବେ ଯିଏ ବି ନିଯୁକ୍ତି ପାଇବେ ତାଙ୍କ କାର୍ଯ୍ୟକାଳ ଆଗାମୀ ବିଶ୍ୱକପ ପର୍ଯ୍ୟନ୍ତ ରହିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.