କୋହଲିଙ୍କ ବଡ ଶତ୍ରୁ; ବିଜୟର ରାସ୍ତାରେ ସାଜିଥିଲେ କଣ୍ଟା, ବର୍ତ୍ତମାନ କ୍ରିକେଟରୁ ନେଲେ ସନ୍ୟାସ

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ ୧୫।୦୫: ସାରା ଦୁନିଆର ପାଓ୍ବାରଫୁଲ ବ୍ୟାଟର । ଅନେକ ବୋଲରଙ୍କ ପାଇଁ ପାଲଟିଥାନ୍ତି ବିପଦ । ନିଜ ଦମ୍‌ଦାର୍‌ ବ୍ୟାଟିଂ ଜରିଆରେ କରିଛନ୍ତି ଅନେକ ଶତ୍ରୁ । ଏହି ବ୍ୟାଟର ହେଉଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ବିରାଟ କୋହଲି । ଦମ୍‌ଦାର୍‌ ବ୍ୟାଟିଂ ପାଇଁ ବୋଲରଙ୍କ ପାଲଟିଛନ୍ତି ଶତ୍ରୁ । ତାଙ୍କର ଏପରି ଜଣେ ଶତ୍ରୁ ହେଉଛନ୍ତି ଇଂଲଣ୍ଡର ଦିଗ୍ଗଜ କ୍ରିକେଟର ଜେମ୍ସ ଏଣ୍ଡରସନ୍‌ । ସେ ବର୍ତ୍ତମାନ ସନ୍ୟାସ ଘୋଷଣା କରିଛନ୍ତି । 

ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳିବେ ନିଜର ଅନ୍ତିମ ମ୍ୟାଚ୍‌ । ଏଣ୍ଡରସନ୍‌ ଟେଷ୍ଟ କ୍ରିକେଟରେ ୭୦୦ ଓ୍ବିକେଟ୍ ନେଇଥିବା ଦୁନିଆର ତୃତୀୟ ବୋଲର । ତାଙ୍କ ନାଁରେ ଆନ୍ତର୍ଜାତୀୟ କ୍ରିକେଟରେ ୯୬୮ ୱିକେଟ୍ ରହିଛି । କ୍ରିକେଟ ପଡ଼ିଆରେ ଆଣ୍ଡରସନ୍ ତାଙ୍କ ସୁଇଙ୍ଗ୍ ବଲ୍ରେ ଅନେକ ବ୍ୟାଟ୍ସମ୍ୟାନ୍ଙ୍କୁ କରିନ୍ତି ଆଉଟ୍‌ । ଏହି ନାଁ ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ବିରାଟ କୋହଲି । ଯିଏକି ଆଣ୍ଡରସନ୍‌ଙ୍କ ହୋଇଛନ୍ତି ଶିକାର । ପଡ଼ିଆରେ କୋହଲି ଏବଂ ଆଣ୍ଡରସନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଟକରାଟକରି ।

ଜେମ୍ସ ଆଣ୍ଡରସନ ୧୯୪ଟି ODI ମ୍ୟାଚରେ ଇଂଲଣ୍ଡର ପ୍ରତିନିଧିତ୍ୱ କରିଛନ୍ତି । ଯେଉଁଥିରେ ତାଙ୍କ ନାଁରେ ରହିଛି ୨୬୯ଟି ୱିକେଟ୍ । କିନ୍ତୁ ତାଙ୍କୁ ଟେଷ୍ଟ କ୍ରିକେଟର ଜଣେ ମହାନ କ୍ରିକେଟର ଭାବେ ମନା ଯାଇଥାଏ । ଅନ୍ୟପକ୍ଷରେ ବିରାଟ କୋହଲି ଗତ ଦଶନ୍ଧି ମଧ୍ୟରେ କ୍ରିକେଟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚର ୩୬ଟି ଇନିଂସରେ କୋହଲି ଏବଂ ଆଣ୍ଡରସନ ମୁହାଁମୁହିଁ ହୋଇଛନ୍ତି । 

କୋହଲି ଆଣ୍ଡରସନଙ୍କ ଦ୍ୱାରା ବୋଲିଂ ହୋଇଥିବା ୭୧୦ ବଲର ସମ୍ମୁଖୀନ ହୋଇଛନ୍ତି । ସେଥିମଧ୍ୟରୁ କୋହଲିଙ୍କ ବ୍ଯାଟରୁ ବାହାରିଛି ୩୦୫ ରନ୍ । ଏହି ୩୬ଟି ଇନିଂସରେ ଆଣ୍ଡରସନ କୋହଲିଙ୍କୁ ୭ ଥର ଆଉଟ୍‌ କରିଛନ୍ତି । ଜେମ୍ସ ଆଣ୍ଡରସନ କହିଛନ୍ତି କି ୨୦୨୧ରେ କୋହଲିଙ୍କ ସହ ମ୍ୟାଚ୍‌ ତାଙ୍କ କ୍ୟାରିୟରର ଏକ ବିଶେଷ ସ୍ମୃତି । ସେହି ସିରିଜରେ କୋହଲି ୪ଟି ମ୍ୟାଚର ୭ ଇନିଂସରେ କରିଥିଲେ ମାତ୍ର ୨୧୮ ରନ୍‌ । ଯେତେବେଳେ କି ଆଣ୍ଡରସନ ସେହି ସିରିଜରେ ଦୁଇଥର କୋହଲିଙ୍କୁ କରିଥିଲେ ଆଉଟ୍‌ ।

ଟି-୨୦ ବିଶ୍ୱକପ ପରେ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ ଗସ୍ତ କରିବାକୁ ଯାଉଛି । ଏହି ସମୟରେ ସେମାନଙ୍କ ମଧ୍ୟରେ ଖେଳାଯିବ ୩ଟି ଟେଷ୍ଟ ସିରିଜ । ଏହି ସିରିଜର ପ୍ରଥମ ମ୍ୟାଚ୍ ୧୦-୧୪ ଜୁଲାଇରୁ ଲର୍ଡ ଷ୍ଟାଡିୟମରେ ଖେଳାଯିବ । ଜେମ୍ସ ଆଣ୍ଡରସନ ଲର୍ଡସରେ ଟେଷ୍ଟ ଡେବ୍ୟୁ କରିଥିଲେ । ମେ ୨୦୨୩ରେ ଜିମ୍ବାୱେ ବିପକ୍ଷ ମ୍ୟାଚରେ ଆଣ୍ଡରସନ ନିଜର ପ୍ରଥମ ଇନିଂସରେ ୫ ୱିକେଟ୍ ନେଇ କ୍ରିକେଟ୍ ଜଗତରେ ସୃଷ୍ଟି କରିଥିଲେ ହଇଚଇ । କିନ୍ତୁ ଦ୍ୱିତୀୟ ଇନିଂସରେ ଆଣ୍ଡରସନ କୌଣସି ୱିକେଟ୍ ନେଇ ପାରିନଥିଲେ । ଇଂଲଣ୍ଡ ଏହି ମ୍ୟାଚକୁ ୯୨ ରନର ଇନିଂସରେ ଜିତିଥିଲା। ବର୍ତ୍ତମାନ ଏହି ଦିଗ୍ଗଜ ବୋଲର ନେଉଛନ୍ତି ସନ୍ୟାସ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.