ଓଲଟିଲା ଚାଉଳ ବୋଝେଇ ଗାଡ଼ି, ଚାଲିଗଲା ୨ ଜୀବନ

NEWS7
matric-question-paper-viral-news-fake

ରାୟଗଡ଼ା ୧୫।୦୩ : ଓଲଟିଲା ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍। ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କାଚାପାଦୁ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଏ ଖବର ବି ପଢନ୍ତୁ:-ଅଭାବନୀୟ ଘଟଣା, ନିଆଁ ଲାଗି ଜିଅନ୍ତା ଜଳିଗଲେ ବାପା-ପୁଅ

ଖବର ଅନୁଯାୟୀ, ଶନିବାର ରାତିରେ ମିଲ୍ରୁ ଧାନା ନେଇ ମୁନିଗୁଡ଼ା ଫେରୁଥିଲା ଗାଡ଼ି । ହେଲେ ବିଷମକଟକ ଥାନା କାଚାପାଦୁ ଗାଁରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁଇ ମୃତକ ହେଲେ ମଦେଙ୍ଗା ସାରକା ଓ ଡ୍ରିଞ୍ଜୁ ସାରକା ହୋଇଥିବା ବେଳେ ଗୁରୁତର ଥିବା ବ୍ୟକ୍ତିମାନେ ହେଲେ ଅଜିତ୍ ସାରକା, ନବିନ ସାରକା ଓ ଧବଳେଶ୍ୱର ସାରକା ବୋଲି ଜଣାପଡିଛି ।

ଏ ଖବର ବି ପଢନ୍ତୁ:- 'ମୁଁ ଶୁଣୁଛି ସେ ଜୀବିତ ନାହାନ୍ତି...': ସର୍ବୋଚ୍ଚ ନେତା ମୋଜତାବାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସନ୍ଦେହ ପ୍ରକାଶ କଲେ ଟ୍ରମ୍ପ