ଭୁବନେଶ୍ବର୧୧:ସହଦେବ ନାୟକ ହତ୍ୟା ମାମଲାମାଷ୍ଟରମାଇଣ୍ଡ ସୁଲେଇ ନାୟକ ଗିରଫ । ସୁଲେଇକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ସୁଲେଇ ନାଁରେ ଗିରଫ ପରୱାନା ଜାରି କରିଥିଲା କମିସନରେଟ୍ପୋଲିସଗତ ଜାନୁଆରୀତାରିଖରେ ସହଦେବ ନାକକୁ ରସୁଲଗଡ ଓଭରବ୍ରିଜ୍ଉପରେ ହତ୍ୟା କରାଯାଇଥିଲା

​​​​​​​ସୂଚନାଯୋଗ୍ୟ ଯେ, ଜାନୁଆରୀ ମାସ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍‌ ନିକଟରେ ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିଲା । ବାଇକ୍‌ରେ ଆସି ହତ୍ୟା କରିଥିଲେ ଦୁର୍ବୃତ୍ତ । ମୃତକ ସହଦେବ ନାୟକ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ । ଝିଅକୁ ସ୍କୁଲରେ ଛାଡି ସ୍କୁଟରରେ ଫେରୁଥିବା ବେଳେ ତାଙ୍କୁ ଦୁର୍ବୃତ୍ତ ମାନେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରିଥିଲେ । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ । ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ସହଦେବଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ହତ୍ୟା ପରେ ଅଭିଯୁକ୍ତ ମାନେ ଦୟା ନଦୀରେ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ଫିଙ୍ଗି ଦେଇଥିଲେ ।

ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ହେଲେ ହତ୍ୟାକାଣ୍ଡରେ ସଂପୃକ୍ତ ଆଉ ଜଣେ ଅଭିଯୁକ୍ତ ଫେରାର ରହିଥିଲେ । ହତ୍ୟାକାଣ୍ଡର ପ୍ରାୟ ମାସେ ପରେ ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲେ । ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ସୁଲେଇ ନାୟକ ନାଁରେ ଗିରଫ ପରୱାନା ଜାରି କରିଥିଲା ପୋଲିସ । ଏବେ ମାଷ୍ଟର ମାଇଣ୍ଡ ସୁଲେଇକୁ ଗିରଫ କରିଛି ପୋଲିସ ।