ଲକ୍ଷ୍ନୌ ଲୋକବନ୍ଧୁ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ; ଅନେକ ରୋଗୀ ଫସି ରହିଥିବା ସୂଚନା

Published By : Prameya-News7 Bureau | April 14, 2025 IST

ନୂଆଦିଲ୍ଲୀ: ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ । ଲୋକବନ୍ଧୁ ହସ୍ପିଟାଲରେ ଭୀଷଣ ନିଆଁ ଲାଗିଥିବା ସୂଚନା । ଅଚାନକ ନିଆଁ ଲାଗିବାରୁ ମେଡିକାଲ୍ ଭିତରେ ଭୟର ବାତାବରଣ ଖେଳିଯାଇଛି । ଲୋକେ ଏଣେ ତେଣେ ଦୌଡ଼ିବାକୁ ଲାଗିଛନ୍ତି । ହସ୍ପିଟାଲ ଭିତରେ ଧୂଆଁମୟ ହୋଇଥିବା ଅନେକ ରୋଗୀ ଫସି ରହିଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ୫ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ତେବେ କେଉଁ କାରଣରୁ ହସ୍ପିଟାଲରେ ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ ।     

ସୂଚନା ଅନୁଯାୟୀ, ନିଆଁ ଲୋକବନ୍ଧୁ ହସ୍ପିଟାଲର ଦ୍ବିତୀୟ ମହଲାରେ ଲାଗିଛି । ଅଗ୍ନିଶମ ବାହିନୀ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ମୃତାହତ ଖବର ମିଳିନାହିଁ । ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.