ଭୁବନେଶ୍ବର ୧୯୧୧: ଚାଷୀଙ୍କ ପାଇଁ ଖୁସି ଖବର । ଗୋଟିଏ ପଟେ ଚାଷୀଙ୍କ ଆକାଉଣ୍ଟକୁ ପିଏମ୍‌ କିଷାନ ଟଙ୍କା ଆସିବାକୁ ଥିବାବେଳେ ରାଜ୍ୟରେ ଖୋଲିବାକୁ ଯାଉଛି ମଣ୍ଡି । ଆସନ୍ତା ଡିସେମ୍ବର ୨୫ ତାରିଖରୁ ରାଜ୍ୟରେ ମଣ୍ଡି ଖୋଲିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ସରକାର ଧାନ ନେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ମିଲରମାନଙ୍କୁ ଗୋଦାମ ଖାଲି କରିବା ପାଇଁ ଦାୟିତ୍ୱ ମଧ୍ୟ ଦିଆଯାଇଛି । କିଛି କିଛି ସ୍ଥାନରେ ଗୋଦାମ ଖାଲି ହେଲାଣି ଯେବେ ଧାନ ରେଡି ହୋଇଯିବ ସେବେ ମଣ୍ଡି ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି ।

ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଜମିରେ ଧାନ ଚାଷ ହୋଇଛି । ମଣ୍ଡିରେ ଧାନ ଦେଲେ ଚାଷୀଙ୍କୁ ଇନପୁଟ୍ ସବ୍‌ସିଡି ମଧ୍ୟ ମିଳୁଛି । ଯାହା ଫଳରେ ମଣ୍ଡି ଖୋଲୁଥିବାରୁ ଚାଷୀ ମାନେ ବେଶ୍ ଉତ୍ସାହିତ ଅଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ପଞ୍ଜିକରଣ କରିଛନ୍ତି ସମସ୍ତଙ୍କ ଠାରୁ ଧାନକିଣା ହେବ । ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ପ୍ରଥମେ ମଣ୍ଡି ଖୋଲାଯିବ । ପରେ ଅନ୍ୟ ଜିଲ୍ଲା ମାନଙ୍କରେ ମଣ୍ଡି ଖୋଲାଯିବ  ୧୦୦ଟି ମଡେଲ ମଣ୍ଡି ପାଇଁ ସରକାର ଯୋଜନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ଖୋଲାହେବ । ଏ ନେଇ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କମ୍ପାନୀ (ଓବିସିସି)କୁ ଟେଣ୍ଡର ମଧ୍ୟ ଦିଆଯାଇଛି । ସରକାର ୩୧୩ କୋଟି ଟଙ୍କା ଓବିସିସିକୁ ଦେଇସାରିଛନ୍ତି

ଦ୍ବିତୀୟ ପର୍ଯ୍ୟାୟରେ ୬୨ଟି ମଡେଲ ମଣ୍ଡି ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏମିତି ଦୁଇ ବର୍ଷ ଭିତରେ ୧୦୦ ମଡେଲ ମଣ୍ଡି ସମ୍ପୂର୍ଣ୍ଣ ହେବ ବୋଲି ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ​​​​​​​

​​​​​​​