News7 Logo

ଏବେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବନାହିଁ, ଠିକ୍ ସମୟରେ ନିଆଯିବ ଠିକ୍ ନିଷ୍ପତ୍ତି- ବିଜେପି ରାଜ୍ୟ ସଭାପତି

NEWS7
Mamohan

ଭୁବନେଶ୍ୱର ୧୦।୦୯ : ସାଂସଦ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଆଲୋଚନା ହୋଇଛି । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନିଆଯିବ। ଦିଲ୍ଲୀରୁ ଫେରିବା ପରେ ଏପରି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

କିଛି ଦିନ ତଳେ ଦିଲ୍ଲୀ ଗସ୍ତରେ ଯାଇଥିଲେ ବିଜେପି ରାଜ୍ୟ ସଭାପତି । ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଉଭୟଙ୍କ ଗସ୍ତ ନେଇ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଓ ଆଲୋଚନା ହେଉଥିଲା । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଏବଂ ବୋର୍ଡ, ନିଗମ ଅଧ୍ୟକ୍ଷଙ୍କ ନିଯୁକ୍ତି ନେଇ ଚର୍ଚ୍ଚା ବଢିଥିଲା । ହେଲେ ସବୁ କଥାରେ ପଡିଛି ପୂର୍ଣ୍ଣଚ୍ଛେଦ । ବୁଧବାର ଦିନ ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ଦିଲ୍ଲୀରେ ସାଂସଦ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଆଲୋଚନା ହୋଇଛି । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ହେଲେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଏବଂ ବୋର୍ଡ-ନିଗମ ଅଧ୍ୟକ୍ଷଙ୍କ ନିଯୁକ୍ତି ନେଇ କୌଣସି ଆଲୋଚନା ହୋଇନାହିଁ । ବର୍ତ୍ତମାନ ସମୟରେ କୌଣସି ପରିବର୍ତ୍ତନ ହେବନାହିଁ । ତେଣୁ ଅପେକ୍ଷା କରନ୍ତୁ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନିଆଯିବ । ଯଦି ଭବିଷ୍ୟତରେ ଏନେଇ କୌଣସି ବି ଆଲୋଚନା ହୁଏ । ତେବେ ଜଣାଇ ଦିଆଯିବ । ​​​​​​​