LIVE TV

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅସୁସ୍ଥ, ବେଙ୍ଗାଲୁରୁ ହସ୍ପିଟାଲରେ ଚାଲିଛି ଚିକିତ୍ସା

NEWS7
khadge

ନୂଆଦିଲ୍ଲୀ ୦୧।୧୦: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଏମଏସ ରାମୈୟା ହସ୍ପିଟାଲରେ କରାଯାଛି ଚିକିତ୍ସା । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ଜଣେ କଂଗ୍ରେସ ନେତା କହିଛନ୍ତି ଯେ ଖଡଗେ ମଙ୍ଗଳବାର ଠାରୁ ଜ୍ୱର ଏବଂ ପେଟ ଯନ୍ତ୍ରଣାରେ ପୀଡିତ ରହିଥିଲେ । ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ କୌଣସି ଗୁରୁତର ରୋଗରେ ପୀଡିତ ନାହାନ୍ତି । ଖଡଗେ ଅକ୍ଟୋବର ରେ କୋହିମା ଗସ୍ତର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ନାଗା ସଲିଡାରିଟି ପାର୍କରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଲୋକସଭା ସାଂସଦ ଏବଂ ନାଗାଲାଣ୍ଡ ପ୍ରଦେଶ କଂଗ୍ରେସ କମିଟି ସଭାପତି ଏସ. ସୁପୋଙ୍ଗମେରେନ ଜମିର ଏନେଇ ସୂଚନା ଦେଇଛନ୍ତି ।  ଅନ୍ୟପଟେ କଂଗ୍ରେସ ନେତା ଏବଂ ସମର୍ଥକମାନେ ତାଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି