News7 Logo

ହିଟ୍ ଫର୍ମୁଲାର ନାଁ ମାହି, କ୍ରିକେଟ୍ ପରେ ସିନେମାରେ ଦେଖାଇବେ ଜଲଓ୍ଵା

NEWS7
MS Dhoni

ଭୁବନେଶ୍ଵର:  କ୍ରିକେଟର ମହେନ୍ଦ୍ର ସିଂହ ଧୋନି କ୍ରିକେଟରୁ ଅବସର ନେଇଥିବା ବେଳେ ଏବେ ସିନେମାରେ ଅବତୀର୍ଣ୍ଣ ହୋଇଛନ୍ତି  ଧୋନିଙ୍କ ଅଭିନୀତ ଫିଲ୍ମ ଦି ଚେଜର ଟିଜର ରିଲିଜ ହୋଇଥିବା ବେଳେ ଏହା ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି  ଯେଉଁଥିରେ ଆର ମାଧବନଙ୍କ ସହିତ ଧୋନିଙ୍କୁ ଦେଖିବାକୁ ମିଳିଛି ଆଉ ଏହି କ୍ରାଇମ ଥ୍ରିଲରରେ ହାତରେ ଧୋନିଙ୍କ ହାତରେ ବ୍ୟାଟ ବଦଳରେ ବନ୍ଧୁକ ଦେଖିବାକୁ ମିଳିଛି

ଧୋନି ହିଟ୍ଫର୍ମୁଲାର ନାଁ ସେ କ୍ରିକେଟ ମୈଦାନ ହେଉ କି ବିଜ୍ଞାପନ କିମ୍ବା ସିନେମା ଧୋନିଙ୍କ ନାଁ ହିଁ ଯଥେଷ୍ଟ କ୍ରିକେଟରୁ ଅବସର ନେଇଥିବା ଧୋନି ଏବେ ସିନେମାରେ ନଜର ଆସିଛନ୍ତି ଧୋନିଙ୍କ ଅଭିନୀତ ଫିଲ୍ମ ଦି ଚେଜର ଟିଜର ଆସିଛି ଆଉ ଏଥିରେ ଧୋନିଙ୍କ ହାତରେ ବ୍ୟାଟ୍ବଦଳରେ ଦେଖାଦେଇଛି ରିଭଲଭର  ଏହା ଏକ କ୍ରାଇମ ଥ୍ରିଲର ଆର ମାଧବନଙ୍କ ସହିତ ଷ୍ଟଣ୍ଟ କରୁଥିବା ଧୋନଙ୍କୁ ଦେଖିବାକୁ ମିଳିଛି  ଆର ମାଧବନ ସୋସିଆଲ ମିଡିଆରେ ଏହି ଟିଜରକୁ ସେୟାର କରିଥିବା ବେଳେ ଏଥିରେ ମାହିଙ୍କୁ ଦେଖିବାକୁ ମିଳିଛି ଏହି ଟିଜରରେ ଦେଖିବାକୁ ମିଳିଛି ଏକ ମିଶନ ପାଇଁ ଦୁଇଜଣ ବାହାରିଛନ୍ତି ଆଉ କିଛି ଗନ ଫାଇଟ ତାପରେ ଫନି ଡାଏଲଗ ବାତ୍ଖତମ

ଟିଜରରେ ଧୋନି ଓ ମାଧବନ ଷ୍ଟାଇଲିସ ମୁଦ୍ରାରେ ଦେଖିବାକୁ ମିଳିଛି  ତାପରେ ସବୁ କିଛି ସସ୍ପେନ୍ ଏହି ଫିଲ୍ମରେ କଣ ରହିଛି ସବଜେକ୍ଟ କଣ ରହିଛି ମିଶନ ତାହା ଆଗକୁ ଜଣା ପଡ଼ିବ କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଏଥିରେ ବି ଧୋନିଙ୍କ ଧମାକା ଦେଖିବାକୁ ମିଳିବ  .... ଦର୍ଶକଙ୍କୁ ଟିକିଏ ପଛକୁ ନେଇଯାଉଛୁ ... ଧୋନିଙ୍କ ନାଁରେ ହିଁ ପୂର୍ବରୁ ଫିଲ୍ମ ହୋଇଥିଲା ଆଉ ଏଥିରେ ହିରୋ ଥିଲେ ସୁଶାନ୍ତ ସିଂହ ରାଜପୁତ ଡାର୍କ ହର୍ସ ଭାବେ ଆସି ଏହି ଫିଲ୍ମ ବଲିଉଡ଼ରେ ସୁପର ହିଟ୍ହୋଇଥିଲା .

ସେହିପରି ମହେନ୍ଦ୍ର ସିଂହ ଧୋନି କିଛି ବିଜ୍ଞାପନରେ ମଧ୍ୟ ଆସିଛନ୍ତି ଏସବୁରେ ତାଙ୍କର ଆନ୍ଦାଜ ଖୁବ ପ୍ରଶଂସିତ ହୋଇଛି ଆଉ ଏବେ ଧୋନି ରିଲ୍ଦୁନିଆରେ ପାଦ ଥାପିଛନ୍ତି ଅବଶ୍ୟ କ୍ରିକେଟ ଦୁନିଆରୁ ସିନେମାକୁ ଜମ୍ପ ମାରିବାରେ ପୂର୍ବରୁ ଅନେକ ଷ୍ଟାର ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଜୟ ଜାଡ଼େଡ଼ା, ସଲିଲ ଆଙ୍କୋଲା, ସନ୍ଦିପ ପାଟିଲ, କିରମାନିଙ୍କ ନାଁ ରହିଛି ଏବେ ଧୋନି ବି ରିଲ୍ଦୁନିଆରେ ନିଜର ଷ୍ଟାଇଲ ପରଖିଛନ୍ତି  ଜଣା ପଡ଼ିବ କଣ ରହିଛି ପୂରା ମିଶନ, ଯେବେ ଫିଲ୍ମ ରିଲିଜ ହେବ