LIVE TV

ମା’ ସୁରେଶ୍ୱରୀଙ୍କ ଶୈଳପୁତ୍ରୀ ବେଶ, ଲାଗିଛି ଭକ୍ତଙ୍କ ଭିଡ଼

NEWS7
spr

ସୋନପୁର ୨୨।୦୯ : ସୋନପୁର ଜିଲ୍ଲାର ଇଷ୍ଟଦେବୀ ମା ସୁରେଶ୍ୱର ଧବଳମୁଖୀ ବେଶରେ ଦର୍ଶନ ଦେଉଥିବା ବେଳେ ଆଜିଠାରୁ ମାଙ୍କ ନବଦିନାତ୍ମକ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ଆଜି ମା ସୁରେଶ୍ୱରୀ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ପୀଠରେ ଅନେକ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଚଣ୍ଡୀଙ୍କ ଯଜ୍ଞର ମନ୍ତ୍ର ଧ୍ୱନିରେ ସାରା ପରିବେଶ ଉତ୍ସବମୁଖର ହୋଇଛି । ମାଙ୍କ ଏହି ନବରାତ୍ର ସମୟରେ ମା ସୁରେଶ୍ୱରୀଙ୍କୁ ଦର୍ଶନ କଲେ ମନରେ ରହିଥିବା ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଯେଉଁଥିପାଇଁ ଜିଲ୍ଲା ବାହାରୁ ଅନେକ ଭକ୍ତ ଆସିଥାନ୍ତି ।