News7 Logo

ରାତି ୯ଟା ୫୮ସମୟରୁ ଆରମ୍ଭ ହେବ ଚନ୍ଦ୍ର ଗ୍ରହଣ , ଗ୍ରହଣ ବେଳେ ଏହି ୭ଟି ଉପାୟ ଆପଣାନ୍ତୁ

NEWS7

ନୂଆଦିଲ୍ଲୀ- ୭ ସେପ୍ଟେମ୍ୱରରେ ଲାଗିବାକୁ ଥିବା ଗ୍ରହଣକୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ କୁହାଯିବ। ଧାର୍ମିକ ଦୃଷ୍ଟିକୋଣରୁ ଗ୍ରହଣକୁ ବିଶେଷ ମହତ୍ତ୍ୱ ଦିଆଯାଇଛି। ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁସାରେ,ଭାରତ ସହ ବିଶ୍ୱର ପାଖାପାଖି ୮୫ ପ୍ରତିଶତ ଭାଗରେ ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ ଦେଖାଯିବ। ଭାଦ୍ରପଦ , ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗୁଛି। ୨୦୨୫ର ଶେଷ ଚନ୍ଦ୍ର ଗ୍ରହଣ ପୂରା ଭାରତରେ ଦେଖା ଦେବ। ଚନ୍ଦ୍ର ଗ୍ରହଣର ସୂତକ କାଳ ଗ୍ରହଣ ଆରମ୍ଭ ହେବାରେ ୯ଘଣ୍ଟା ପୂର୍ବରୁ ଲାଗିଯାଏ। ଏଥିପାଇଁ ଦ୍ୱିପ୍ରହର ୧୨ଟା ୫୮ ମିନିଟ୍‌ରୁ ଗ୍ରହଣର ସୂତକ କାଳ ପ୍ରାରମ୍ଭ ହୋଇଯିବ। ଗ୍ରହଣ ରାତି ୯ଟା ୫୮ ମିନିଟ୍‌ରୁ ଆରମ୍ଭ ହୋଇ ୧ଟା ୨୬ ମିନିଟ୍‌ ରାତି ଯାଏ ରହିବ। ଚନ୍ଦ୍ର ଗ୍ରହଣ ଶତଭିଷା ନକ୍ଷତ୍ର ଓ କୁମ୍ଭ ରାଶିରେ ଧାର୍ମିକ ମାନ୍ୟତା ରହିଛି ଯେ, ଏହି ସମୟରେ କରାଯାଇ ଥିବା ଜପ-ତପ ଓ ଦାନର ଅନେକ ଗୁଣ ଫଳ ପ୍ରାପ୍ତ ହୋଇଥାଏ।ଗ୍ରହଣର ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ କିଛି ଉପାୟ କରି ପାରିବେ। ଜାଣନ୍ତୁ , ଚନ୍ଦ୍ର ଗ୍ରହଣର ସମୟ ଓ ଉପାୟ –

ଚନ୍ଦ୍ର ଗ୍ରହଣର ସମୟ –

୧-ସ୍ପର୍ଶ ରାତି ୯.୫୭ଟା ସମୟ

୨-ମଧ୍ୟ ରାତ୍ର ୧୧.୪୧ ଟା ସମୟ

୩- ମୋକ୍ଷ ରାତ୍ର ୧.୨୭ଟା ସମୟ

ଗ୍ରହଣ ବେଳେ କରନ୍ତୁ ଏହି ଉପାୟ –

୧-ଗ୍ରହଣ ଶେଷ ହେବା ପରେ ସ୍ନାନ , ଓ ଶୁଦ୍ଧିକରଣ କରିବା ଶୁଭ ମନେ କରାଯାଇଛି।

୨- ଗ୍ରହଣ ବେଳେ ତୁଳସୀ ମନ୍ତ୍ର ଜପ କରନ୍ତୁ।

୩- ଗୀତା ପାଠ କରନ୍ତୁ।

୪- ଭଗବାନଙ୍କ ନାଁର ସ୍ମରଣ କରନ୍ତୁ।

୫-ପାଣି , ଭୋଜନ ଆଦିରେ ତୁଳସୀର ପତ୍ର ପକାନ୍ତୁ।

୬-ଏହି ସମୟରେ ଭଗବାନ ଶିବଙ୍କ ଆରାଧନା ବିଶେଷ ଲାଭକାରୀ ମନେକରାଯାଇଛି।

୭- ଗ୍ରହଣର ପୂର୍ବ ସୂତକ କାଳ ପୂର୍ବରୁ ହିଁ ଗର୍ଭବତୀ ମହିଳା ଓ ଅନ୍ୟ ଜୀବ ଜନ୍ତୁ ଓ ବସ୍ତୁ ଉପରେ ଗୈରିକ ବସ୍ତ୍ର ଘୋଡ଼ାଇ ଦିଅନ୍ତୁ।

ଚନ୍ଦ୍ର ଗ୍ରହଣରେ ଏହି କାମ କରନ୍ତୁ ନାହିଁ – ସୂତକ କାଳରେ ବୃଦ୍ଧ ଓ ରୋଗାଗ୍ରସ୍ତ ଲୋକଙ୍କୁ ଛାଡ଼ି ଭୋଜନ ଆଦି କରିବାରୁ ନିବୃତ୍ତ ରୁହନ୍ତୁ। ଗ୍ରହଣ କାଳରେ ଗର୍ଭବତୀ ମହିଳାଙ୍କୁ ଫଳ , ପରିବା ଆଦି କାଟିବା ଓ ଧାରୁଣା ଜିନିଷର ପ୍ରୟୋଗରୁ ଦୂରେଇ ରହିବା ଉଚିତ୍‌।

(ବିଶେଷ ସୂଚନା : ଉପରୋକ୍ତ ନୀତି ନିୟମ ଗୁଡ଼ିକ ନ୍ୟୁଜ୍‌ ସେଭେନ ଡଟ୍‌ କମ୍‌ର ନିଜସ୍ୱ ମତ ନୁହେଁ, ଏହି ସମ୍ୱନ୍ଧରେ ଆପଣ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବ।)
​​​​​​