ଭୋଟ ଦେବାରୁ ଖୋଲିଲା ଭାଗ୍ୟ, ଲକି ଡ୍ରରେ ଜିତିଲେ ହୀରାର ମୁଦି ସହ ଅନେକ ଉପହାର

Published By : Prameya-News7 Bureau | May 08, 2024 IST

ଭୋପାଳ ୦୮/୦୫:ଭୋଟ ଦେବାରୁ ଖୋଲିଲା ଭାଗ୍ୟ । ଲକି ଡ୍ରରେ ଜିତିଲେ ହୀରାର ମୁଦି । ଟିଭି, ଫ୍ରିଜ୍ ସହ ପାଇଲେ ମନଲାଖି ଉପହାର । ଭୋଟ୍ ହାର ବଢାଇବାକୁ ପ୍ରଶାସନର ପଦକ୍ଷେପ । ଲୋକସଭା ନିର୍ବାଚନରେ ମାଲାମାଲ ଭୋଟର । ଭୋଟ ଦେଇ ପାଇଲେ ହୀରାର ମୁଦି ସହ ଅନେକ ଉପହାର । ମଧ୍ୟପ୍ରଦେଶ ଭୋପାଳରୁ ନଜର ଆସିଥିଲା ଏମିତି ଦୃଶ୍ୟ ।


 ଭୋଟ୍ ପ୍ରତିଶତ ବୃଦ୍ଧି କରିବାକୁ ପ୍ରଶାସନ କରିଥିଲା ନିଆରା ପଦକ୍ଷେପ । ମତଦାନ ଦିନ ଲକି ଡ୍ର ଘୋଷଣା କରାଯାଇଥିଲା ଯେଉଁଥିରେ ଭାଗ୍ୟଶାଳୀ ଭୋଟରମାନେ ପ୍ରତ୍ୟେକ ବୁଥରେ ଉପହାର ପାଇଥିଲେ। ଆପଣଙ୍କୁ କହିରଖୁଛୁ ଯେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଭୋପାଳରେ ମଙ୍ଗଳବାର ଭୋଟିଂ ହୋଇଥିଲା । 

ଏଠାରେ ଭୋଟରମାନେ ନିର୍ବାଚନରେ ଭାଗ୍ୟବାନ ହୋଇଥିଲେ । ଭୋଟର ତାଙ୍କ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଥିଲେ ଏବଂ ଭାଗ୍ୟଶାଳୀ ଡ୍ରରେ ହୀରା ମୁଦି ଜିତିଥିଲେ । ଆସିଷ୍ଟାଣ୍ଟ ନୋଡାଲ ଅଧିକାରୀଙ୍କ କହିବା କଥା କହିଛନ୍ତି ଯେ ଗତ ଦୁଇଟି ପର୍ଯ୍ୟାୟରେ କମ୍ ଭୋଟ୍ ପ୍ରତିଶତକୁ ଦୃଷ୍ଟିରେ ରଖି ଭୋପାଳ ପ୍ରଶାସନ ଭୋଟରଙ୍କୁ ଘରୁ ବାହାରକୁ ଆସି ଭୋଟ୍ ଦେବାକୁ ନିବେଦନ କରିଥିଲା । 

ଭୋଟ୍ ଦିନ, ବୁଥ୍ ବାହାରେ ବେଲୁନ୍ ଲଗାଇ ସ୍ୱତନ୍ତ୍ର ସାଜସଜ୍ଜା କରାଯାଇଥିଲା । ଗଣତନ୍ତ୍ରର ଉତ୍ସବରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ମଧ୍ୟ ପ୍ରଶାସନ ନିବେଦନ କରିଥିଲା । ଭୋଟରମାନେ ଭୋଟ୍ ଦେବାରେ କୌଣସି ଅସୁବିଧାର ସମ୍ମୁଖୀନ ନହେବାକୁ ଧ୍ୟାନ ଦିଆଯାଇଥିଲା । ବୁଥ ବାହାରେ ପାନୀୟ ଜଳ ସହିତ କୁଲର ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.