LIVE TV

ଜିଏସ୍‌ଟି ହ୍ରାସ ପରେ ଫେଷ୍ଟିଭ ଅଫର ଯୋଗୁ କାର୍ ବିକ୍ରି ୪୫% ବୃଦ୍ଧି: ଟାଟା ବିକିଲା ସର୍ବାଧିକ ଇଭି

NEWS7
lower-gst-and-festive-offers-led-to-45-more-car-sales

ନୂଆଦିଲ୍ଲୀ: ଜିଏସ୍‌ଟି ହ୍ରାସ ସହିତ ଗାଡ଼ିଗୁଡ଼ିକ ଦାମ କମିଯାଇଥିବାରୁ ପାର୍ବଣ ସମୟରେ ଜବରଦସ୍ତ ବିକ୍ରି ଆରମ୍ଭ ହୋଇଛି। ଘରୋଇ ବଜାରରେ କାର୍ କମ୍ପାନୀଗୁଡ଼ିକର ହୋଲସେଲ୍ ବିକ୍ରି (ଡିଲରମାନଙ୍କୁ ଯୋଗାଣ) ୪୫% ବୃଦ୍ଧି ପାଇଛି। ହୋଲ୍‌ସେଲ୍ ବିକ୍ରିରେ ଟାଟା ମୋଟର୍ସ ଆଗରେ ରହିଛି। ହୁଣ୍ଡାଇ ଏବଂ ମହିନ୍ଦ୍ରାକୁ ପଛରେ ପକାଇ ଟାଟା ଦ୍ୱିତୀୟ ବୃହତ୍ତମ କାର୍ ବିକ୍ରୟ କମ୍ପାନୀ ହୋଇଛି।

ଟାଟା ୬୦,୯୦୦ ରୁ ଅଧିକ ଗାଡ଼ି ବିକ୍ରି କରି ନୂତନ ରେକର୍ଡ ସ୍ଥାପନ କରିଛି। କମ୍ପାନୀ ପେଟ୍ରୋଲ-ଡିଜେଲ ଏବଂ ଇଭି ସମେତ ଡିଲରମାନଙ୍କୁ ୫୯,୬୬୭ କାର ଯୋଗାଇଛି। ଏହି ସଂଖ୍ୟା ଗତ ବର୍ଷ ତୁଳନାରେ ୪୫% ଅଧିକ। ରପ୍ତାନିକୁ ମିଶାଇ, ଗୋଟିଏ ମାସରେ ୬୦,୯୦୦ ରୁ ଅଧିକ ଯାନ ବିକ୍ରୟ କରି ଏକ ନୂଆ ରେକର୍ଡ ସ୍ଥାପନ କରିଛି ଟାଟା। ଏହା ସେପ୍ଟେମ୍ବର ୨୦୨୪ ତୁଳନାରେ ୪୭% ଅଧିକ ଏବଂ ଏପର୍ଯ୍ୟନ୍ତ ସର୍ବାଧିକ ମାସିକ ବିକ୍ରୟ।

ଏହା ବ୍ୟତୀତ, କମ୍ପାନୀ ୯,୧୯୧ ଟି ଇଭି ବିକ୍ରୟ କରି ମାସିକ ଇଭି ବିକ୍ରୟର ଏକ ନୂଆ ରେକର୍ଡ କରିଛି ଯାହା ଗତ ବର୍ଷ ତୁଳନାରେ ପ୍ରାୟ ଦୁଇଗୁଣ (୯୬%)। ଟାଟା ନେକ୍ସନ କମ୍ପାନୀର ସର୍ବାଧିକ ବିକ୍ରି ହୋଇଥିବା କାର ଥିଲା। ଏହି କାରର ୨୨,୫୦୦ ରୁ ଅଧିକ ୟୁନିଟ୍ ବିକ୍ରି ହୋଇଥିଲା। ଏଥିରେ ନେକ୍ସନ ICE ଏବଂ EV ଉଭୟ ମଡେଲ ରହିଛି।

ସେହିପରି ଟାଟା ସିଏନଜି କାର ବିକ୍ରୟ ୧୦୫% ବୃଦ୍ଧି ପାଇଛି। ଟାଟାର CNG କାର ବିକ୍ରୟରେ ବାର୍ଷିକ ଆଧାରରେ 105% ବୃଦ୍ଧି ଘଟିଛି। ସିଏନ୍‌ଜି ମଡେଲଗୁଡ଼ିକରେ Tata Tiago CNG, Tata Tigor CNG, Tata Punch CNG, Tata Altroz ​​CNG, ଏବଂ Tata Nexon CNG ରହିଛି। ଟାଟାର ହୋଲସେଲ୍ ବିକ୍ରିରେ ମଧ୍ୟ ୧୦% ବଢ଼ି ୫୬,୨୩୩ କାର ବିକ୍ରି ହୋଇଛି। JSW MG ମୋଟର ଇଣ୍ଡିଆ ୬,୭୨୮ କାର ବିକ୍ରି କରିଛି, ଯାହା ସେପ୍ଟେମ୍ବର ୨୦୨୪ରେ ବିକ୍ରି ହୋଇଥିବା ୫,୦୨୧ କାର ତୁଳନାରେ ୩୪% ଅଧିକ।

ଅନ୍ୟପଟେ ସେପ୍ଟେମ୍ବର ମାସରେ ମାରୁତି ସୁଜୁକିର ହୋଲସେଲ ବିକ୍ରୟ 8% ହ୍ରାସ ପାଇଛି। ଅଧିକାଂଶ ଅଟୋମେକରଙ୍କ ହୋଲସେଲ ବିକ୍ରୟ ବୃଦ୍ଧି ପାଇଥିବା ବେଳେ, ଦେଶର ସର୍ବବୃହତ ଅଟୋମେକର ମାରୁତି ସୁଜୁକିର ଘରୋଇ ବିକ୍ରୟ ବାର୍ଷିକ ଆଧାରରେ 8% ହ୍ରାସ ପାଇଛି। ଏହି ହ୍ରାସ ପଛରେ ସବୁଠାରୁ ବଡ଼ କାରଣ ଥିଲା ଅଲ୍ଟୋ ଏବଂ ଏସ୍ପ୍ରେସୋ ଭଳି ମିନି-ସେଗମେଣ୍ଟ କାରର ବିକ୍ରୟରେ ୩୦% ରୁ ଅଧିକ ହ୍ରାସ।