ବଣାଇ ୧୩।୧୧ : ବନ୍ଧୁକ ମୁନରେ ଡକାୟତି । ପାଞ୍ଚ ଜଣ ଡକାୟତ ଦୁଇଟି ସ୍କର୍ପିଓ ଆସି ଲୁଟ୍ କରିଲେ । ପାଖାପାଖି ୪ ଲକ୍ଷ ଟଙ୍କାର ଲୁଟ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ସୁନ୍ଦରଗଡ଼ ଥାନା ବରସୁଆଁ ଠାରେ ଥିବା ବିଏନ୍ର କମ୍ପାନୀରେ ଡକାୟତି ହୋଇଛି।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବରସୁଆଁ ଠାରେ ଥିବା ବିଏନ୍ର କମ୍ପାନୀରେ ହୋଇଛି ଡକାୟତି । ପାଞ୍ଚ ଜଣ ଡକାୟତ ଦୁଇଟି ସ୍କର୍ପିଓ ଗାଡ଼ିରେ ଆସିଥିଲେ । ଏହାପରେ ଅଫିସରେ ବ୍ୟାପକ ଭଙ୍ଗାରୁଜା ପରେ ପାଖାପାଖି ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବନ୍ଧୁକ ମୁନରେ ଏହି ସବୁ କାଣ୍ଡ ଭିଆଇଥିବା ଜଣାପଡିଛି । ସେପଟେ ଲୁଟ୍ ନେଇ ଲହୁଣୀପଡ଼ା ଥାନାରେ ଏତଲା ଦେଇଛନ୍ତି ବିଏନଆର୍ କାର୍ଯ୍ୟାଳୟ ପ୍ରବନ୍ଧକ । ଦିନକୁ ଦିନ ବଣାଇ ଅଞ୍ଚଳରେ ଲୁଟ୍ କେସ୍ ବଢୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ଭୟର ବାତାବରଣ ସୃଷ୍ଟି ହେଇଛି ।