ନୂଆପଡ଼ା ୨୬।୧୧ : ନୂଆପଡ଼ାରେ ପୁଣି କଲରାପତରିଆ ବାଘ ଆତଙ୍କ । ଗାଁ ଭିତରେ ପଶି ଗୁହାଳରୁ ବାଛୁରୀକୁ ଟାଣିନେଇ ମାରି ଖାଇଲା ବାଘ । ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ନୂଆପଡ଼ା ରେଞ୍ଜ ଆମାନାରା ସେକ୍ସନର ପାୱାରତୋଳା ଗାଁରେ ଏହି ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି । ସ୍ଥାନୀୟ ଟିକଲୋହି ଜଙ୍ଗଲରୁ ଆସି ବାଘଟି ଗୁହାଳରୁ ବାଛୁରୀକୁ ଟାଣି ନେଇଥିବା କୁହାଯାଉଛି । ଖବର ପାଇ ଗାଁରେ ପହଞ୍ଚିଛି ବନ ବିଭାଗ ।

ଖବର ଅନୁଯାୟୀ, ପାୱାରତୋଳା ଗାଁର ସଫୁର ସିଂ ସତନାମୀଙ୍କ ଗୁହାଳରେ ଥିବା ବାଛୁରୀକୁ ବିଳମ୍ବିତ ରାତିରେ ଆକ୍ରମଣ କରିଥିଲା ବାଘ । ଗୁହାଳରୁ ବାଛୁରୀକୁ ଟାଣି ନେଇ ଶିକାର କରିଥିଲା । ସ୍ଥାନୀୟ ଟିକଲୋହି ଜଙ୍ଗଲରୁ ବାଘଟି ଗାଁକୁ ଆସିଥିବା କୁହାଯାଉଛି । ରାତିର ଏହି ଘଟଣା ସକାଳୁ ଜଣାପଡ଼ିବା ପରେ ଗାଁରେ ଚିନ୍ତା ବଢ଼ିଛି ।

Also Read:-ଦିନେ ହାତରେ ଧରୁଥିଲେ ବିଡ଼ାବିଡ଼ା ନୋଟ୍, କିନ୍ତୁ ଆଜି ତ୍ରିଶୂଳ : କୋଟିପତି ଜୀବନ ଛାଡି ପାଲଟିଗଲେ ସନ୍ନ୍ୟାସୀ

ସେପଟେ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର ଟିମ୍ ପାୱାରତୋଳା ଗାଁରେ ପହଞ୍ଚିଛି । ବାଛୁରୀର ମୃତ୍ୟୁ ଘଟଣାର ତଦନ୍ତ କରିବା ସହ ଘଟଣାସ୍ଥଳରେ ଯାଞ୍ଚ କରାଯାଉଛି । ବାଘର ଗତିବିଧି ଓ ଆକ୍ରମଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ବନ ବିଭାଗ । ତେବେ ବାଘର ଉପସ୍ଥିତିକୁ ନେଇ ଗାଁ ଲୋକଙ୍କ ମନରେ ଭୟ ରହିଛି ।

ଗାଁ ନିକଟରେ ଜଙ୍ଗଲ ଥିବାରୁ ବନ୍ୟଜନ୍ତୁଙ୍କ ଗତିବିଧିକୁ ନେଇ ଲୋକେ ଚିନ୍ତିତ । ବିଶେଷକରି ରାତି ସମୟରେ ଗୃହପାଳିତ ପଶୁଙ୍କ ସୁରକ୍ଷା ଏବେ ବଡ଼ ଚିନ୍ତାର କାରଣ ପାଲଟିଛି । ଗୁହାଳରୁ ବାଛୁରୀକୁ ବାଘ ଟାଣି ନେଇ ମାରି ଖାଇବା ପରେ ଲୋକେ ସତର୍କ ହୋଇପଡ଼ିଛନ୍ତି । ବାଘର ଗତିବିଧି ଉପରେ ନଜର ରଖିବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି ହେଉଛି ।