କଟକ ସହରରେ ଲେମ୍ବୁ ଦର ଆକାଶ ଛୁଆଁ : ବ୍ୟବସାୟରେ ପଡୁଛି ପ୍ରଭାବ, କିଣିବାକୁ ପଛଘୁଞ୍ଚା ଦେଉଛନ୍ତି ଗ୍ରାହକ

Published By : Prameya-News7 Bureau | April 29, 2024 IST

କଟକ ।୪: ବଢୁଛି ତାତି । ଟାଣ ଖରାରେ ଗଲେ ଦରକାର ପଡୁଛି ପାଣି । ଲେମ୍ବୁ ପାଣି ହେଲେ ଆହୁରି ଭଲ । ପଖାଳ ଭାତ ପାଇଁ ବି ଖୋଜା ଲେମ୍ବୁ । ଟାଣ ଖରାରେ ଗଲେ ଲେମ୍ବୁ ପାଣି ପିଇବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଦେଉଛନ୍ତି ପରାମର୍ଶ । କିନ୍ତୁ ଲେମ୍ବୁ କହୁଛି ମୋତେ ଛୁଅଁନା । କଟକ ସହରରେ ଏବେ ଲେମ୍ବୁ ଦର ଆକାଶ ଛୁଆଁ । ଖରା ତାତିରୁ ବଳିଯାଉଛି ଲେମ୍ବୁ ବଜାରରେ ଲାଗିଥିବା ଦରର ନିଆଁ । 

ପୂର୍ବରୁ ୨୦ଟଙ୍କା ଦେଇ ୭ ରୁ ୮ ଟି ବଡ଼ ଲେମ୍ବୁ କିଣୁଥିଲେ ଗ୍ରାହକ । ଏବେ କିନ୍ତୁ ୨୦ ଟଙ୍କାରେ ମିଳୁଛି ମାତ୍ର ତିନୋଟି ଲେମ୍ବୁ । ଛୋଟ ଛୋଟ କିମ୍ବା ଟିକିଏ ଶୁଖିଗଲେ ଗୋଟାକ ୩ରୁ ୪ଟଙ୍କାରେ ହେଉଛି ବିକ୍ରି । ଦର ବୃଦ୍ଧି ଯୋଗୁଁ କେବଳ ଧନୀ ଶ୍ରେଣୀ ଲୋକ ହିଁ ଲେମ୍ବୁ କିଣୁଛନ୍ତି । ଯାହା ଫଳରେ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଗ୍ରୀଷ୍ମ ପ୍ରବାହ ଯୋଗୁ ଲେମ୍ବୁର ବଢୁଛୁ ଚାହିଦା । କିନ୍ତୁ ଚଢ଼ା ଦର ବଢାଇଛି ଗ୍ରାହକଙ୍କ ଚିନ୍ତା । 

ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଲେମ୍ବୁ ଉତ୍ପାଦନ ହେଉନି । ଯାହା ଫଳରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ଆସୁଛି ଲେମ୍ବୁ । ପୂର୍ବରୁ ଥିବା କ୍ରୟ ମୂଲ୍ୟ ଏବେ ଯଥେଷ୍ଟ ବୃଦ୍ଧି ପାଇଛି । ବସ୍ତାରୁ ପଚା ସଢା ଲେମ୍ବୁ ବାହାରିଲେ କଥା ସରିଲା । ଦର ଆହୁରି ବଢିଯାଉଛି । ଲେମ୍ବୁ ଦର କମିବାକୁ ଆହୁରି ଦୁଇମାସ ଲାଗିଯିବ ବୋଲି କହିଛନ୍ତି ବ୍ୟବସାୟୀ ।  

ରାଜ୍ୟରେ ଲେମ୍ବୁ ଉତ୍ପାଦନ ଉପରେ ଯଦି ଅଧିକ ଗୁରୁତ୍ବ ଦିଆଯାଇ ଥାଆନ୍ତା ତେବେ ଅତି ଦରକାର ସମୟରେ ଏଭଳି ଅଧିକ ଦର ବୃଦ୍ଧି ର ପରିସ୍ଥିତି ଦେଖିବାକୁ ମିଳି ନଥାନ୍ତା।

You Can Read :

ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ, ପ୍ରବଳ ବର୍ଷା ପବନରେ ଭାଙ୍ଗିଲା ଗଛ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.