ପୁରୀ ରେଲଓ୍ବେ ଷ୍ଟେସନରେ ଯାତ୍ରୀଙ୍କୁ ଛୁରାମାଡ଼

Published By : Prameya-News7 Bureau | May 16, 2024 IST

ପୁରୀ: ରେଲଓ୍ବେ ଷ୍ଟେସନରେ ଯାତ୍ରୀଙ୍କୁ ଛୁରାମାଡ଼। ଛୁରାମାଡ଼ରେ ଗୁରୁତର ଯାତ୍ରୀ ମହାରାଷ୍ଟ୍ର ନାଗପୁରର ରତନ। ୨ ନଂ ପ୍ଲାଟଫର୍ମରେ ହୋଇଛି ଛୁରାମାଡ଼। ଗୁରୁତର ରତନଙ୍କୁ କଟକ ଏସସିବି ସ୍ଥାନାନ୍ତର। ପୁରୀ ମେଡିକାଲରୁ ସ୍ଥାନାନ୍ତର କରାଯାଇଛି। ରତନଙ୍କ ପେଟରେ ଗଭୀର ଆଘାତ ଲାଗିଛି। 

ରତନଙ୍କ କହିବା ଅନୁଯାୟୀ ନାଗପୁର ଅଞ୍ଚଳର ଲଷ୍ମଣ ଓ କ୍ରିଷ୍ଣା ତାଙ୍କ ସହ ପୁରୀ ଆସିଥିଲେ। ରେଳ ଷ୍ଟେସନରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହେବାରୁ ରତନକୁ ସେମାନେ ଛୁରା ମାଡ଼ କରି ଫେରାର ହୋଇଯାଇଛନ୍ତି। ରତନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଛି। ସେପଟେ ତଦନ୍ତ ପାଇଁ ଆରପିଏପ ପୋଲିସ ସିସିଟିଭି ଯାଞ୍ଚ କରିବା ସହ ଘଟଣାକୁ ଗୁରୁତର ସହ ନେଇଛି।‌


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.