ରାଜଧାନୀରେ ନବୀନଙ୍କ ବିଶାଳ ରୋଡ ସୋ, ଜନସମୁଦ୍ର ପାଲଟିଛି ରାଜରାସ୍ତା

Published By : Prameya-News7 Bureau | May 16, 2024 IST

ଭୁବନେଶ୍ବର: ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ। ଭୁବନେଶ୍ବର ୟୁନିଟ୍‌-୬ ଗଙ୍ଗନଗର ଛକରୁ ଆରମ୍ଭ ହେଲା ରୋଡ୍‌ ଶୋ। ରୋଡ୍‌ ସୋ ଦେଖିବା ପାଇଁ ଜନସମୁଦ୍ର ପାଲଟିଛି ରାଜରାସ୍ତା।

ପ୍ରଥମେ ଗଙ୍ଗନଗରରେ ପହଞ୍ଚି ସେଠାରେ ଲୋକଙ୍କୁ ଉଦ୍‌ବୋଧନ ଦେଇଛନ୍ତି ନବୀନ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନିଜର ଚିରାଚରିତ ଢ଼ଙ୍ଗରେ ପଚାରିଥିଲେ ‘ଆପଣ ମାନେ ଖୁସି ତ ? ’ ଏହା ସହ ମୁଖ୍ୟମନ୍ତ୍ରୀ ଜୁଲାଇରୁ ମାଗଣା ବିଜୁଳି ଘୋଷଣା କରିବା ସହ, ଭୁବନେଶ୍ବରରେ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ କରିଛନ୍ତି । ରୋଡ୍‌ ସୋରେ ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଅଛନ୍ତି।     

ଉଲ୍ଲେଖଯୋଗ୍ୟ, ଗଙ୍ଗନଗର ଛକଠାରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍‌ ସୋ ଏଲ୍‌ଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକ, ୟୁନିଟ୍‌-୮ ଡିଏଭି ସ୍କୁଲ ଛକ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲ୍ଳୀ ସ୍କୁଲ୍‌ ରାସ୍ତା, ଶ୍ରୀକୃଷ୍ଣ କ୍ଲବ ରାସ୍ତା, ନିକୋ ପାର୍କ ଛକ, ବାୟାବାବା ମଠ ରୂପାଲୀ ଛକ, ରାମ ମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଛକ ଶିଶୁଭବନ ଛକରେ ପହଞ୍ଚିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.