ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍, ୨୦ ଅସୁସ୍ଥ

Published By : Prameya-News7 Bureau | May 16, 2024 IST

ନୀଳଗିରି: ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍ ହୋଇ ୨୦ରୁ ଅଧିକ ଅସୁସ୍ଥ। ଘଟଣା ଘଟିଛି ନୀଳଗିରି ସାଆନ୍ତା ଅଞ୍ଚଳରେ। ଏଠାରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍‌ ଲିକ୍‌ କାରଣରୁ ୨୦ ରୁ ଅଧିକ ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଗୁରୁତରଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ।

ତେବେ ଶ୍ରମିକଙ୍କୁ ଡାକ୍ତରଖାନା ନେଇଥିବା ପ୍ଲାଣ୍ଟ୍ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଶ୍ରମିକମାନେ ଖାଇସାରି ପ୍ଲାଣ୍ଟକୁ ଫେରିଥିଲେ। ଆଉ ପ୍ଲାଣ୍ଟ ଭିତରକୁ ପ୍ରବେଶ କରିବା ମାତ୍ରେ ହଠାତ୍ ସେମାନେ ମୁଣ୍ଡ ବୁଲାଇ ତଳେ ପଡ଼ିଯାଇଥିଲେ। ଯାହା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଡାକ୍ତରଖାନାରେ ନିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.