ମୁଖ୍ୟମନ୍ତ୍ରୀ ଡ଼ାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ, ସରକାରୀ ବାସଭବନରେ ପହଞ୍ଚିଲେଣି ମନ୍ତ୍ରୀ-ବିଧାୟକ

NEWS7
legal-battle-begins-on-waqf-act-10-petitions-will-be-heard-today

ଭୁବନେଶ୍ବର ୨।୩: ବିଜେପିର ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ । ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିବାକୁ ମନ୍ତ୍ରୀ ଏବଂ ବିଧାୟକଙ୍କୁ ଡାକରା । ରାଜ୍ୟସଭା ନିର୍ବାଚନ ନେଇ ହୋଇପାରେ ଆଲୋଚନା ।

ଏ ଖବର ବି ପଢ଼ନ୍ତୁ:- ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଶେଷ, ଗଣିତ ପାଇଁ ମିଳିଲା ଅଧିକ ୧୫ ମିନିଟ୍ ସମୟ

ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚୁଛନ୍ତି ଜଣଙ୍କ ପରେ ଜଣେ ମନ୍ତ୍ରୀ ଏବଂ ବିଧାୟକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଛବି ମଲ୍ଲିକ, ଅଶୋକ ମହାନ୍ତି, ଜଲେନ୍ ନାୟକ, କେ. ଅନୀଲ କୁମାର, ସିମାରାଣୀ ନାୟକ, ରଘୁନାଥ ଜଗଦଲ୍ଲା, ଆଶ୍ରିତ ପଟ୍ଟନାୟକ, ଫକୀର ନାୟକ, ଜୟ ଢୋଲକିଆ, ବିଭୂତି ପ୍ରଧାନ, ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ ପ୍ରମୁଖ ପହଞ୍ଚିଛନ୍ତି ।