ମୋହନା ୩୦୧୦: ଚାଲିଯାଇଛି ‘ମୋନ୍ଥା’, ଛାଡିଯାଇଛି ଦୁର୍ଦ୍ଦଶା । ବାତ୍ୟା ପରବର୍ତ୍ତୀ ପଦକ୍ଷେପ ପାଇଁ ସରକାର ତତ୍ପର । ବିଭିନ୍ନ ସ୍ଥାନରେ ଚାଲିଛି କାମ । ଦୀର୍ଘ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ଅନଘା ରାସ୍ତାରେ ପଡ଼ିଥିବା ପଥର ହଟାଯାଇଛି l ଫଳରେ ରାମଗିରିରୁ ଅନଘା ପଞ୍ଚାୟତକୁ ଯାତାୟତ ସ୍ୱାଭାବିକ ହୋଇଛି l

ବାତ୍ୟା ମୋନ୍ଥା ପ୍ରଭାବରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଥିଲା l ଏହାର ପ୍ରଭାବରେ ଅନଘା ରାସ୍ତାର ବଡଗାଁ ନିକଟରେ ଭୂସ୍ଖଳନ ଯୋଗୁଁ ବଡ଼ ବଡ଼ ପଥର ଖଣ୍ଡ ଖସି ରାସ୍ତା ଅବରୋଧ ହୋଇଥିଲା l ତେବେ ଜିଲ୍ଲା ପ୍ରଶାସନ, NDRF ଓ ଅଗ୍ନିଶମ ବାହିନୀ ରାସ୍ତା ସ୍ୱାଭାବିକ କରିବାକୁ ଚେଷ୍ଟା ଆରମ୍ଭ କରିଥିଲେ l କମ୍ପ୍ରେସର ମେସିନ ସହାୟତାରେ ଡ୍ରିଲିଂ କରି ପଥର ଫଟାଯିବା ସହ ଜେସିବି ସହାୟତାରେ ରାସ୍ତାରୁ ପଥର ହଟାଯାଇଛି l

ଅନ୍ୟପକ୍ଷରେ ମୋହନା ବ୍ଲକ ବାଲିବାଡ ଓ ପାଣିଗଣ୍ଡା ଅଞ୍ଚଳରେ ମଧ୍ୟ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିଲା l ରାସ୍ତାରୁ ପଥର ଓ ମାଟି ଅତଡ଼ା ସଫା କରି ରାସ୍ତା ସ୍ୱାଭାବିକ କରିଛି ପ୍ରଶାସନ l