News7 Logo

ବିହାର ବନ୍ଦକୁ ନେଇ ରାଗିଲେ ଲାଲୁ ଯାଦବ , କହିଲେ - ବିହାରୀଙ୍କୁ ହାଲକାରେ ନିଅ ନାହିଁ ଗୁଜରାଟୀ

NEWS7
-

ପାଟନା – ପିଏମ୍‌ ନରେନ୍ଦ୍ର ମୋଦିଙ୍କ ମାଆଙ୍କୁ ଅପମାନଜନକ ମନ୍ତବ୍ୟ ବିରୋଧରେ ରାଜନୀତି ସରଗରମ। ଆରଜେଡିର ଅଧ୍ୟକ୍ଷ ଲାଲୁ ଯାଦବ ଏନଡିଏ ଦଳର ବିହାର ବନ୍ଦକୁ ବିରୋଧ କରିଛନ୍ତି ଏବଂ କହିଛନ୍ତି ବିହାରୀଙ୍କୁ ଗୁଜରାଟୀ ଲୋକେ ହାଲକାରେ ନିଅନ୍ତୁ ନାହିଁ। ମୋଦିଙ୍କ ମାଆଙ୍କୁ ଅପଶବ୍ଦ ମାମଲାରେ ବିଜେପି ସମେତ ଏନଡିଏର ସବୁ ଦଳ ବିହାର ବନ୍ଦ କରିଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ଏନଡିଏ ଦଳର ନେତା ଓ କାର୍ଯ୍ୟକର୍ତ୍ତା ସଡ଼କକୁ ଓହ୍ଲାଇଛନ୍ତି। ବନ୍ଦ ବେଳେ ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବଙ୍କ ବିରୋଧରେ ନାରାବାଜି ମଧ୍ଯ ହୋଇଛି। ଲାଲୁ ଏକ ଟ୍ୱିଟ୍‌ରେ ମୋଦିଙ୍କ ସହ ବିଜେପି ଉପରେ ଆକ୍ରମଣ କରିଛନ୍ତି।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲାଲୁ ଯାଦବ ଲେଖିଛନ୍ତି , ପ୍ରଧାନମନ୍ତ୍ରୀ ମୋଦି କଣ ସବୁ ବିଜେପି ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଜି ପୂରା ବିହାର ଓ ବିହାରବାସୀଙ୍କ ମାଆ-ଭଉଣୀ ଓ ଝିଅଙ୍କୁ ଗାଳି ଦିଅ ? ଗୁଜରାଟୀ ଲୋକ ବିହାରୀଙ୍କୁ ଏତେ ହାଲକାରେ ନିଅନ୍ତୁ ନାହିଁ ? ଏହା ବିହାର। ବିଜେପିର ଗୁଣ୍ଡାମାନେ ସମ୍ମାନୀତ ଶିକ୍ଷକ , ରାସ୍ତାରେ ଯାଉଥିବା ମହିଳା , ଛାତ୍ରୀ , ଗର୍ଭବତୀ ମହିଳା , ବୟସ୍କ ଲୋକ ଓ ସାମ୍ୱାଦିକଙ୍କୁ ଅପଶବ୍ଦ କହୁଛନ୍ତି, ସେମାନଙ୍କ ସହ ମାରପିଟି କରି ଦୁର୍ବ୍ୟବହାର କରୁଛନ୍ତି , ଏହା କଣ ଉଚିତ୍‌ କି ?

ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ବେଳେ ପିଏମ୍‌ ମୋଦିଙ୍କ ପ୍ରତି ଗାଳିକୁ ତାଙ୍କ ମାଆଙ୍କର ଅପମାନ କହି ରାଜନୀତି ଜୋର ଧରିଛି। ଗୁରୁବାର ସକାଳ ୭ଟାରୁ ଦ୍ୱିପ୍ରହର ୧୨ଟା ଯାଏ ବନ୍ଦର ଘୋଷଣା କରାଯାଇ ଥିଲା। ସବୁ ଜିଲ୍ଲାରୁ ବନ୍ଦର ଖବର ଆସିଛି। ଅନେକ ଜିଲ୍ଲାରେ ବିରୋଧ ପ୍ରଦର୍ଶନ ଜୋରଦାର ମଧ୍ୟ ହୋଇଛି। ହେଲେ ଟ୍ରେନ୍‌ ଓ ଆବଶ୍ୟକ ସେବା ଗୁଡ଼ିକୁ ବନ୍ଦ ମୁକ୍ତ ରଖାଯାଇ ଥିଲା।

ବିହାର ସରିଫରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜଜୁ ମଧ୍ୟ ଜାମ୍‌ରେ ଫସି ଯାଇଥିଲେ। ସେ  ରାଜଗିର ଯାଉଥିବା ବେଳେ ନାଳନ୍ଦାର ପତାସଙ୍ଗ ଗାଁ ନିକଟରେ ଏନଏଚ-୨୦ ରେ ତାଙ୍କର ଗାଡ଼ି ଭିଡ଼ରେ ଫସି ଯାଇଥିବା ଦେଖିବାକୁ ମିଳିଥିଲା।