News7 Logo

ମହିଳା ଟ୍ରାଫିକ କନେଷ୍ଟବଲ ନିଖୋଜ ମାମଲା, ହତ୍ୟା କରି ଫିଙ୍ଗିଥିବା ମାନିଲା ପ୍ରେମିକ !

NEWS7
police

ଭୁବନେଶ୍ୱର ୧୭।୦୯ : ଭୁବନେଶ୍ୱରରୁ ମହିଳା ଟ୍ରାଫିକ କନେଷ୍ଟବଲ ନିଖୋଜ ଘଟଣା । ୧୨ ଦିନ ପରେ ମିଳିଲା ନିଖୋଜ ଟ୍ରାଫିକ କନେଷ୍ଟବଲଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ ମୃତଦେହ ପଡିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ଗତ ୬ ତାରିଖରୁ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ନିଖୋଜ ଥିଲେ। ଶୁଭମିତ୍ରା ଡିସିପି ଅଫିସକୁ ଡ୍ୟୁଟି ଆସି ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ । ଏହାପରଠୁ ତାଙ୍କ ମୋବାଇଲ ସୁଇଚ ଅଫ୍ ଆସିଥିଲା। ଦୁଇ ଦିନ କାଳ ଶୁଭମିତ୍ରାଙ୍କ ଯୋଗାଯୋଗ ନହେବାରୁ ବାପା ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଏପିରିକି ନିଖୋଜ ଟ୍ରାଫିକ ପୋଲିସ କନେଷ୍ଟବଲଙ୍କ ଠିକଣା ପାଇଁ କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଥିଲା । ଏହି ପୋଷ୍ଟରରେ ମହିଳା ପୋଲିସଙ୍କ ବିବରଣୀ ସହ ପୁରସ୍କାର ରାଶି ମଧ୍ୟ ଲେଖା ହୋଇଥିଲା ।

ସେପଟେ ବାପାଙ୍କ ଅଭିଯୋଗ ପରେ ପୋଲିସ ମାମଲାରେ ଛାନ୍‌ଭିନ୍ ଆରମ୍ଭ କରିଥିଲା । ମହିଳା କନେଷ୍ଟବଲ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ ବାବଦରେ ଜାଣିବାକୁ ପାଇଥିଲା ପୋଲିସ ପରେ ତାଙ୍କୁ ମାରାଥନ ଜେରା କରିଥିଲା ପୋଲିସ । ଏହି ଜେରା ସମୟରେ ସେ ପୋଲିସ ଆଗରେ ସବୁ ସତ ମାନିଥିବା କୁହାଯାଉଛି। ପ୍ରେମିକ କନେଷ୍ଟବ ଜଣକ ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଏକ ଜଙ୍ଗଲରେ ଫିଙ୍ଗିଥିବା ଜଣାପଡିଛି । ଏହାପରେ କମିଶନରେଟ ପୋଲିସ ମୃତଦେହ ଠାବ ପାଇଁ କେନ୍ଦୁଝର ପୋଲିସର ସହାୟତା ଲୋଡ଼ିଥିବା ସୂଚନା ମିଳିଛି । କମିଶନରେଟ ପୋଲିସର ଏକ ସ୍ପେଶାଲ ସ୍କ୍ୱାର୍ଡ କେନ୍ଦୁଝର ଅଭିମୁଖେ ବାହାରିଥିବା ଜଣାପଡିଛି । ​​​​​​​