News7 Logo

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମଣିପୁରରେ ଶାନ୍ତି ନେଇ ବଡ଼ ପ୍ରୟାସ: ଖୋଲିବ ଜାତୀୟ ରାଜପଥ-୨

NEWS7
Kukis agree to reopen National Highway 2

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ମଣିପୁର ସରକାର ମିଶି କୁକି-ଜୋ ଗ୍ରୁପ ସହ ନୂଆ ଚୁକ୍ତି କରିଛନ୍ତି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ଭାବ୍ୟ ଗସ୍ତ ପୂର୍ବରୁ ଏହି ଚୁକ୍ତି ହୋଇଛି। ରାଜ୍ୟରେ ସୀମା ନିର୍ଦ୍ଧାରଣ ନେଇ ଚୁକ୍ତି ହୋଇଛି। ତେବେ ମେ ୨୦୨୩ ରେ ମୈତି ଓ କୁକିମାନଙ୍କ ମଧ୍ୟରେ ଜାତିଗତ ହିଂସା ଦେଖାଦେବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଗସ୍ତ କରିବେ।

ଆଜି ନୂଆଦିଲ୍ଲୀରେ ଆଲୋଚନା ସମୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ଜାତାୟତ ପାଇଁ ଜାତୀୟ ରାଜପଥ- ପୁନଃ ଖୋଲିବା ଏହି ଚୁକ୍ତିରେ ପ୍ରମୁଖ ବିଷୟ ରହିଥିଲା। କୁକି-ଜୋ ପରିଷଦ (KZC) ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବାହିନୀ ସହିତ କାମ କରିବାକୁ ପ୍ରତିଶ୍ରୁତି ଦେଇଛି। ଗୃହ ମନ୍ତ୍ରଣାଳୟ ଏବଂ KZC ପ୍ରତିନିଧିମାନଙ୍କ ମଧ୍ୟରେ ଅନେକ ବୈଠକ ବସିବା ପରେ ଏହି ନିଷ୍ପତ୍ତି ହୋଇଛି।

ଏହା ସହିତ, ଆଜି ତ୍ରିପାକ୍ଷିକ କାର୍ଯ୍ୟ ନିଲମ୍ବନ (SoO) ଚୁକ୍ତିନାମାକୁ ସଂଶୋଧନ କରାଯାଇଛି। ଏହି ଚୁକ୍ତିନାମାରେ ପୁନଃଆଲୋଚନା ହୋଇଥିବା ମୂଳ ନିୟମ ଅନ୍ତର୍ଭୁକ୍ତ, ଯାହା ପରବର୍ତ୍ତୀ ବର୍ଷ ପାଇଁ ଲାଗୁ ହେବ, ଏବଂ ତୁରନ୍ତ କାର୍ଯ୍ୟକାରୀ ହେବ। ସଂଶୋଧିତ ସର୍ତ୍ତାବଳୀ ମଣିପୁରର କ୍ଷେତ୍ରୀୟ ସୀମାକୁ ବଜାୟ ରଖିବାର ଗୁରୁତ୍ୱକୁ ଗୁରୁତ୍ୱ  ଦିଆଯାଇଛି।