ମେଷ - ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ କୌଣସି ବଡ଼ ନିଷ୍ପତ୍ତି ନେବା ଉଚିତ ନୁହେଁ। କର୍ମ କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ରହିବ ପୁରୁଣା ବନ୍ଧୁଙ୍କ ସାହାଯ୍ୟ ଆପଣଙ୍କୁ ଲାଭ ଦେବ।

ବୃଷ - କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ ଆତ୍ମବିଶ୍ୱାସ ବୃଦ୍ଧି ପାଇ ସଫଳତା ପାଇବେ ବ୍ୟବସାୟରେ ଲାଭର ଯୋଗ ରହିଛି। ବୃଦ୍ଧ ସଦସ୍ୟଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଆଣନ୍ତୁ।

ମିଥୁନ - ଆସନ୍ତାକାଲି ଦିନଟି ଆନନ୍ଦ ଉତ୍ସବରେ କଟିବ ମନରେ ନୂତନ ଶକ୍ତିର ସଞ୍ଚାର ହେବ। ଝୁଲି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ ଆଇନଗତ କାଗଜପତ୍ର କାର୍ଯ୍ୟରେ ସଫଳତା ମିଳିବ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ନିବିଡ଼ ହେବ।

କର୍କଟ - ଇଚ୍ଛା ପୂରଣ ପାଇଁ ଦିନଟି ଅନୁକୂଳ ଅଛି କାର୍ଯ୍ୟ କ୍ଷେତ୍ରରେ ପରିସ୍ଥିତି ସପକ୍ଷରେ ରହିବ ଆର୍ଥିକ ଦୃଷ୍ଟିରୁ ଦିନଟି ଅତ୍ୟନ୍ତ ଭଲ ରହିବ। ଭାଇଭଉଣୀଙ୍କ ଯତ୍ନ ନେବାରେ ସମୟ ବିତିବ ଜୀବନସାଥୀଙ୍କ ସହ ଘନିଷ୍ଠତା ବୃଦ୍ଧି ପାଇବ।

ସିଂହ - ପ୍ରଶାସନିକ କାର୍ଯ୍ୟଗୁଡ଼ିକରେ ସୁବିଧା ମିଳିବ ଚାକିରି ଏବଂ ବ୍ୟବସାୟରେ ଗତି ଆସିବ। କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂର ଯାତ୍ରା ହୋଇପାରେ ବଡ଼ ଲୋକଙ୍କ କଥା ଅଣଦେଖା କରନ୍ତୁ ନାହିଁ ଆର୍ଥିକ ମାମଲାରେ ଭୁଲ୍ କରିବାରୁ ଦୂରେଇ ରୁହନ୍ତୁ।

କନ୍ୟା - ଗୁରୁବାର ଆପଣଙ୍କ ପାଇଁ ଏକ ବିଶେଷ ସମୟ ଭାଗ୍ୟର ସହଯୋଗ ହେତୁ ଧନ ପ୍ରାପ୍ତିର ଯୋଗ ଅଛି। ଛାତ୍ରଛାତ୍ରୀଙ୍କ ପାଇଁ ଏକାଗ୍ରତା ବୃଦ୍ଧି ପାଇବ ସରକାରୀ ଚାକିରି ପ୍ରସ୍ତୁତିରେ ଶୁଭ ଖବର ମିଳିବ ଯାନବାହନ କିଣିବାର ଇଚ୍ଛା ପୂରଣ ହେବାର ସମ୍ଭାବନା ଅଛି।

ତୁଳା - ପାରିବାରିକ ଜୀବନ ଆସନ୍ତାକାଲି ଆନନ୍ଦରେ ଭରି ରହିବ ଆର୍ଥିକ ଦୃଷ୍ଟିରୁ ଦିନଟି ଲାଭଦାୟକ ହେବ। ଚାକିରି ଏବଂ ବ୍ୟବସାୟରେ ଉନ୍ନତି ହେବ ପୁରୁଣା ପାରିବାରିକ ତିକ୍ତତା ଶେଷ ହେବ ପ୍ରେମ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ।

ବିଛା - ଚତୁର୍ ଗ୍ରହୀ ଯୋଗ ହେତୁ ଆର୍ଥିକ ଦିନଟି ଉତ୍କୃଷ୍ଟ ରହିବ କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ। ଅପ୍ରତ୍ୟାଶିତ ଭାବରେ ଟଙ୍କା ପାଇବାର ସମ୍ଭାବନା ଅଛି ଆପଣଙ୍କ ଆତ୍ମବିଶ୍ୱାସ ଏବଂ ସାହସ ବଢିବ ଜୀବନସାଥୀଙ୍କ ସହିତ ସମ୍ପର୍କ ଅଧିକ ମଜବୁତ ହେବ।

ଧନୁ - ଆସନ୍ତାକାଲି ମନ ଅସ୍ଥିର ଏବଂ କ୍ଳାନ୍ତ ଲାଗିପାରେ ଆବଶ୍ୟକୀୟ ଖର୍ଚ୍ଚ ବୃଦ୍ଧି ପାଇବାର ସମ୍ଭାବନା ଅଛି। ନିଜ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ନିଃସ୍ୱାର୍ଥପର ଭାବରେ ଅନ୍ୟକୁ ସାହାଯ୍ୟ କରିବାରେ ଆନନ୍ଦ ପାଇବେ।

ମକର - ଦିନଟି ଆପଣଙ୍କ ଲକ୍ଷ୍ୟ ପୂରଣ କରିବାରେ ସଫଳ ହେବ ବନ୍ଧୁମାନଙ୍କ ସହଯୋଗ ବ୍ୟବସାୟରେ ଲାଭ ଆଣିବ ବଡ଼ ପ୍ରକଳ୍ପରେ ସହଜରେ ସଫଳତା ମିଳିବ। ନୂତନ ଆୟର ଉତ୍ସ ସୃଷ୍ଟି ହେବାର ସମ୍ଭାବନା ଅଛି ପ୍ରେମ ସମ୍ପର୍କରେ ଗଭୀରତା ଅନୁଭବ କରିବେ।

କୁମ୍ଭ - ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡିବ କୌଣସି ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକ ନିଷ୍ପତ୍ତି ନେବାରେ ସାବଧାନ ରୁହନ୍ତୁ ଅଧିକ କ୍ରୋଧ କରିବା ଉଚିତ ନୁହେଁ। ପିଲାମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବେ

ମୀନ - କର୍ମ କ୍ଷେତ୍ରରେ ପରିସ୍ଥିତି ଆପଣଙ୍କୁ ସମର୍ଥନ କରିବ ଆପଣଙ୍କ ବୁଦ୍ଧି ଏବଂ ଦକ୍ଷତା ପ୍ରଶଂସିତ ହେବ। ଆସନ୍ତାକାଲି ଅପ୍ରତ୍ୟାଶିତ ଧନ ଲାଭର ଯୋଗ ରହିଛି ପରିବାର ସହିତ ସମ୍ପର୍କରେ ମଧୁରତା ରହିବ ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭଦାୟକ ହେବ |

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - ୮୨୪୯୮୨୬୬୮୨