ମେଷ- ଘାତ ବାର ଥିବାରୁ କାମରେ ବାଧା ଆସିପାରେ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଧନ ଖର୍ଚ୍ଚ ବୃଦ୍ଧି ହେବ । ପରିବାରରେ ମତଭେଦ ହୋଇପାରେ । ସ୍ୱାସ୍ଥ୍ୟ ଦିଗରେ ସତର୍କ ରୁହନ୍ତୁ । ଯାତ୍ରାରେ ବିଳମ୍ବ ହେବ।

ବୃଷ- କାର୍ଯ୍ୟକ୍ଷେତ୍ରରେ ମଧ୍ୟମ ଫଳ ମିଳିବ। ନୂତନ ଯୋଜନାରେ ଆଗକୁ ବଢ଼ିବେ। ଧନଲାଭର ସମ୍ଭାବନା ଅଛି। ପରିବାରର ସହଯୋଗ ମିଳିବ। ଯାତ୍ରା ସୁଯୋଗ ଆସିପାରେ। ସମ୍ମାନ ବୃଦ୍ଧି ହେବ ।

ମିଥୁନ- ବୁଦ୍ଧିମତାରେ କାମ ସଫଳ ହେବ। ଶିକ୍ଷା ଓ କାର୍ଯ୍ୟରେ ଉନ୍ନତି ଦେଖିବେ। ବନ୍ଧୁମାନଙ୍କ ସହ ଭଲ ସମୟ କଟିବ । ଧନ ପ୍ରାପ୍ତି ହେବ। ମନ ଖୁସି ରହିବ। ନୂତନ ସୁଯୋଗ ମିଳିପାରେ। ପରିବାରରେ ଖୁସି ବଢ଼ିବ।

କର୍କଟ- ଘାତ ଚନ୍ଦ୍ର ଥିବାରୁ ମନଦୁଃଖ ଓ ଚିନ୍ତା ବଢ଼ିପାରେ। କାମରେ ବାଧା ଆସିବ। ଧନ ହାନିର ସମ୍ଭାବନା ଅଛି। ପରିବାରରେ ଅଶାନ୍ତି ହୋଇପାରେ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ନିକଟଜନଙ୍କ ସହ ବିବାଦ ହେବ। ଅସୁବିଧାଜନକ ଖବର ମିଳିପାରେ।

ସିଂହ- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ସାଧାରଣ ଭଲ ଫଳ ମିଳିବ। କାମରେ ସଫଳତା ମିଳିବ । ମାନ-ସମ୍ମାନ ବଢ଼ିବ। ଧନଲାଭ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂତନ ପରିଚୟ ହେବ। ଉଚ୍ଚ ପଦସ୍ତଙ୍କର ସହଯୋଗ ମିଳିବ।

କନ୍ୟା- ଖର୍ଚ୍ଚ ବଢ଼ିବ ଓ ମନ ଅଶାନ୍ତ ରହିପାରେ । କାମରେ ବିଳମ୍ବ ହେବ । ଶତ୍ରୁ ବୃଦ୍ଧି ପାଇପାରେ । ସ୍ୱାସ୍ଥ୍ୟ ଦିଗରେ ଆଳସ୍ୟ କରନ୍ତୁ ନାହିଁ । ଧୈର୍ଯ୍ୟ ଧରନ୍ତୁ। ଗୁପ୍ତ ଚିନ୍ତା ବଢ଼ିପାରେ। ଆତ୍ମବିଶ୍ୱାସ କମିପାରେ ।

ତୁଳା- ଆର୍ଥିକ ଦିଗରେ ଭଲ ଫଳ ମିଳିବ। ନୂତନ ଆୟ ସ୍ରୋତ ମିଳିପାରେ। ବନ୍ଧୁମାନଙ୍କ ସହଯୋଗ ମିଳିବ। କାମରେ ସଫଳତା ଆସିବ। ମନ ପ୍ରସନ୍ନ ରହିବ। ପ୍ରେମ ସମ୍ପର୍କ ମଜଭୁତ ହେବ। ଯୋଜନା ସଫଳ ହେବ।

ବିଛା- କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିପାରେ। ଅଧିକ ଶ୍ରମ କରିବାକୁ ପଡ଼ିବ। ଧନ ଲାଭ ହେଲେ ମଧ୍ୟ ଖର୍ଚ୍ଚ ବଢିବ। ଉପରିସ୍ଥ ଅଧିକାରୀଙ୍କ ସହ ବିବାଦ ହୋଇପାରେ। ସତର୍କ ରୁହନ୍ତୁ। ପଦୋନ୍ନତି ସମ୍ଭାବନା ରହିଛି। କାମରେ ପରିବର୍ତ୍ତନ ଆସିପାରେ।

ଧନୁ- ଭାଗ୍ୟ ସହଯୋଗ କରିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଯାତ୍ରାରେ ଲାଭ ମିଳିବ। ଶିକ୍ଷାରେ ଉନ୍ନତି ହେବ । ମନ ଖୁସି ରହିବ । ଗୁରୁଜନଙ୍କର ଆଶୀର୍ବାଦ ମିଳିବ। ନୂତନ ଜ୍ଞାନ ପ୍ରାପ୍ତି ହେବ।

ମକର- ଘାତ ଚନ୍ଦ୍ର ଥିବାରୁ ଅସୁବିଧା ବଢ଼ିପାରେ। ଧନ ହାନି ଓ ଶାରୀରିକ କଷ୍ଟ ହୋଇପାରେ। କାମରେ ବାଧା ଆସିବ। ପରିବାରରେ ମତଭେଦ ହୋଇପାରେ । ସତର୍କ ରୁହନ୍ତୁ। ଦୁର୍ଘଟଣାର ଭୟ ରହିପାରେ । ମନ ଅଶାନ୍ତ ରହିବ ।

କୁମ୍ଭ- ସମ୍ପର୍କରେ ଉନ୍ନତି ଆସିବ । ବ୍ୟବସାୟରେ ଲାଭ ମିଳିବ। ସାଥୀଙ୍କ ସହଯୋଗ ମିଳିବ। କାମରେ ସଫଳତା ଆସିବ। ମନ ସନ୍ତୁଷ୍ଟ ରହିବ । ନୂତନ ଚୁକ୍ତି ହୋଇପାରେ । ବିବାହ ଆଲୋଚନା ଆଗକୁ ବଢ଼ିପାରେ।

ମୀନ- ସ୍ୱାସ୍ଥ୍ୟ ଦିଗରେ ଧ୍ୟାନ ଦେବାକୁ ପଡ଼ିବ। କାମରେ ବାଧା ଆସିପାରେ। ଶତ୍ରୁଙ୍କୁ ଜିତିବେ । ଧନ ଖର୍ଚ୍ଚ ବଢ଼ିପାରେ। ଧୈର୍ଯ୍ୟ ଧରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିବ। ଔଷଧ ଖର୍ଚ୍ଚ ବୃଦ୍ଧି ହେବ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682