ମେଷ - ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆସନ୍ତାକାଲି ସୁଖ ଶାନ୍ତିର ଯୋଗ ରହିଛି। ଦିନର ପ୍ରଥମ ଭାଗରେ କିଛି ସୁଖ ଅନୁଭବ କଲେ ମଧ୍ୟ ପରେ ମାନସିକ ଅଶାନ୍ତି ବଢ଼ିପାରେ। ଧୈର୍ଯ୍ୟ ରଖି କାମ କରନ୍ତୁ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ନିଜ କର୍ମ ଉପରେ ମନ ଦିଅନ୍ତୁ।

ବୃଷ - ଶୁକ୍ରବାର ବୃଷ ରାଶିକୁ ସାହାଯ୍ୟ ମିଳିବ। ଅନ୍ୟମାନଙ୍କ ସହଯୋଗ ଦ୍ୱାରା ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ ଅଟେ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ - ମିଥୁନ ରାଶିର ଲୋକଙ୍କ ପାଇଁ ଦୁର୍ଘଟଣା ଭୟର ଯୋଗ ରହିଛି। ଗାଡ଼ି ଚଳାଇବା ସମୟରେ ଅତ୍ୟନ୍ତ ସାବଧାନ ରୁହନ୍ତୁ। କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ମାନସିକ ଚାପ ବଢ଼ିପାରେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରନ୍ତୁ।

କର୍କଟ - କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅର୍ଥ ଲାଭର ସୁଯୋଗ ରହିଛି। ଆକସ୍ମିକ ଭାବରେ ଧନ ପ୍ରାପ୍ତି ହୋଇପାରେ। ବ୍ୟବସାୟରେ ଉତ୍ତମ ଲାଭ ମିଳିବାର ସମ୍ଭାବନା ଅଛି। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ।

ସିଂହ - ସିଂହ ରାଶିର ଲୋକେ ଶୁକ୍ରବାର ସମ୍ମାନିତ ହେବେ। କର୍ମକ୍ଷେତ୍ର ବା ସମାଜରେ ଆପଣଙ୍କୁ ପ୍ରଶଂସା ଓ ସମ୍ମାନ ମିଳିବ। କର୍ମରେ ସଫଳତା ପାଇବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂତନ ଯୋଜନାରେ ସଫଳ ହେବେ।

କନ୍ୟା - କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଅପବାଦ ଭୟ ରହିଛି। କୌଣସି ମିଥ୍ୟା ଅଭିଯୋଗରେ ଫସିବାର ସମ୍ଭାବନା ଅଛି। କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ଆର୍ଥିକ ଦିଗରୁ ଦିନଟି ମଧ୍ୟମ ରହିବ। ଶତ୍ରୁମାନେ ସକ୍ରିୟ ରହିବେ।

ତୁଳା - ତୁଳା ରାଶିର ଲୋକଙ୍କ ପାଇଁ  ଅସହିଷ୍ଣୁତା ବଢ଼ିପାରେ। କ୍ରୋଧ ଏବଂ ଅସହିଷ୍ଣୁତା ଯୋଗୁଁ ଅନ୍ୟମାନଙ୍କ ସହ ସମ୍ପର୍କ ଖରାପ ହୋଇପାରେ। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବିଛା - ବିଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ଆସନ୍ତାକାଲି ଧନ ଲାଭର ଯୋଗ ରହିଛି। ଆପଣଙ୍କର ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ଲାଭ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ - ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁକ୍ରବାର ଅର୍ଥ ହାନୀର ଯୋଗ ରହିଛି। ଅଯଥା ଖର୍ଚ୍ଚ ବା କୌଣସି କ୍ଷେତ୍ରରେ ଆର୍ଥିକ କ୍ଷତି ହୋଇପାରେ। ନିବେଶ ପାଇଁ ଦିନଟି ଶୁଭ ନୁହେଁ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ। ମାନସିକ ଚାପ ବଢ଼ିପାରେ।

ମକର - ମକର ରାଶିର ବ୍ୟକ୍ତିମାନେ ଦ୍ରବ୍ୟ ଲାଭ କରିବେ। କୌଣସି ମୂଲ୍ୟବାନ ବସ୍ତୁ ବା ଉପହାର ପ୍ରାପ୍ତି ହୋଇପାରେ। ଏହା ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ। ଚାକିରି କ୍ଷେତ୍ରରେ ଉନ୍ନତି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ।

କୁମ୍ଭ -  କୁମ୍ଭ ରାଶି ପାଇଁ ଅଯଥା ବ୍ୟୟର ସମ୍ଭାବନା ରହିଛି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ନିଜର ବୁଦ୍ଧି ବଳରେ ସମସ୍ୟାର ସମାଧାନ କରିବେ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ମୀନ - ମୀନ ରାଶିର ବ୍ୟକ୍ତିବିଶେଷ ଆସନ୍ତକାାଲି କର୍ମେ ସୁଖୀ ହେବେ। ନିଜର କର୍ମ କ୍ଷେତ୍ରରେ ସନ୍ତୁଷ୍ଟି ଓ ଆନନ୍ଦ ମିଳିବ। କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ଦିଗରୁ ଦିନଟି ଶୁଭ ଅଟେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682