LIVE TV

ଗୁରୁଗ୍ରାମରେ ପ୍ରାସାଦ, ମୁମ୍ବାଇରେ ଆଲିସନ ଘର... ଜାଣନ୍ତୁ ଦେଶ-ବିଦେଶରେ କେଉଁଠି ରହିଛି ବିରାଟ କୋହଲିଙ୍କ ସମ୍ପତ୍ତି ?

NEWS7
video

ନୂଆଦିଲ୍ଲୀ ୧୬।୧୦: ବିଶ୍ୱର ନମ୍ବର ୧ କ୍ରିକେଟର ବିରାଟ କୋହଲି । ସେ ସବୁଠାରୁ ଅଧିକ ଦରମା ନେଉଥିବା ଖେଳାଳିଙ୍କ ମଧ୍ୟରୁ ମଧ୍ୟ ଜଣେ । ସେ କେବଳ କ୍ରିକେଟ ପଡ଼ିଆରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ଜଣାଶୁଣା ତା ନୁହେଁ ବରଂ ତାଙ୍କ ଲଗଜୁରୀ ଲାଇଫଷ୍ଟାଇଲ ପାଇଁ ପରିଚିତ ।

ନିକଟରେ ବିରାଟ କୋହଲି ଏକ ଜେନେରାଲ୍ ପାୱାର ଅଫ୍ ଆଟର୍ଣ୍ଣି ମାଧ୍ୟମରେ ତାଙ୍କର ଗୁରୁଗ୍ରାମ ସମ୍ପତ୍ତିକୁ ବଡ଼ ଭାଇ ବିକାଶ କୋହଲିଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ଆସନ୍ତୁ ଜାଣିବା ବିରାଟ କୋହଲିଙ୍କର ଦେଶ-ବିଦେଶରେ କେତେ ରହିଛି ସମ୍ପତ୍ତି ?  

ଗୁରୁଗ୍ରାମର DLF ଫେଜ୍ ୧ରେ ରହିଛି ଏକ ଆଲିସାନ୍‌ ଭିଲ୍ଲା ବା ପ୍ରାସାଦ । ଏହା ୧୦ ହଜାର ବର୍ଗଫୁଗରେ ବିସ୍ତୁତ । ଏହି ପ୍ରାସାଦ ବିରାଟ କୋହଲିଙ୍କ ସବୁଠାରୁ ବିଳାସପୂର୍ଣ୍ଣ ସମ୍ପତ୍ତି ମଧ୍ୟରୁ ଗୋଟିଏ । ଏଥିରେ ଏକ ପ୍ରାଇଭେଟ୍‌ ସୁଇମିଂ ପୁଲ୍ ଏବଂ ଏକ ମଡର୍ଣ୍ଣ ଜିମ୍ ମଧ୍ୟ ରହିଛି । ବିରାଟ କୋହଲି ଏହି ସମ୍ପତ୍ତିକୁ ତାଙ୍କ ବଡ଼ ଭାଇ ବିକାଶ କୋହଲିଙ୍କୁ ଦେଇଛନ୍ତି । ଏହି ପ୍ରାସାଦର ମୂଲ୍ୟ ୮୦ କୋଟି ଟଙ୍କା ।

ବିରାଟ କୋହଲିଙ୍କର ମୁମ୍ବାଇରେ ଏକ ଆପାର୍ଟମେଣ୍ଟ ରହିଛି । ଏହା ବର୍ଲିର ଓମକାର ୧୯୭୩ ଟାୱାର୍ସରେ ରହିଛି । ଏହି ଆପାର୍ଟମେଣ୍ଟ ୭,୧୭୧ ବର୍ଗଫୁଟର ସି ଫିସିଙ୍ଗ । ଯାହାର ଦାମ୍‌ ୩୪ କୋଟି  ଟଙ୍କା । ଏହି ଆପାର୍ଟମେଣ୍ଟ ୩୫ତମ ମହଲାରେ ଅବସ୍ଥିତ ଏବଂ ଏଥିରେ ଚାରୋଟି ବେଡ ରୁମ୍, ଏକ ଟେରାସ୍ ଗାର୍ଡେନ ଏବଂ ଏକ ଘରୋଇ ଜିମ୍ ରହିଛି । ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏଠାରେ ହିଁ ଅଧିକାଂଶ ସମୟ ବିତାଇଥାନ୍ତି ।  

ବିରାଟ କୋହଲି ଆଲିବାଗର ଆବାସ ଭିଲେଜରେ ଏକ ଶାନ୍ତ ହଲିଡେ ବଙ୍ଗଳା ମଧ୍ୟ କିଣିଛନ୍ତି । ସହରୀ ଜୀବନର କୋଳାହଳଠାରୁ ଦୂରରେ  ଥିବା ଏହି ସ୍ଥାନଟିକୁ ଛୁଟି କାଟିବା ପାଇଁ ଚୟନ କରାଯାଇଛି । ଏହାର ଦାମ୍‌ ୩୨ କୋଟି ।

ବିଗତ ବର୍ଷରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଲଣ୍ଡନରେ ବହୁତ ସମୟ ବିତାଇଛନ୍ତି । ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ନଟିଂ ହିଲ୍ କିମ୍ବା ସେଣ୍ଟ ଜନ୍ସ ଉଡ୍ ଭଳି ମହଙ୍ଗା ଅଞ୍ଚଳରେ ଏକ ଘର ମଧ୍ୟ ଅଛି ।