News7 Logo

କେରଳରେ ବ୍ରେନ୍ ଇଟିଂ ଆମିବାର ଆତଙ୍କ , ଏବେସୁଦ୍ଧା ୧୯ ମୃତ୍ୟୁ ସୂଚନା

NEWS7
brain-eating amoeba

ନୂଆଦିଲ୍ଲୀ :  କେରଳରେ ଦୁର୍ଲଭ ଓ ଘାତକ ମସ୍ତିଷ୍କ ସଂକ୍ରମଣ ‘'ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ ’ରେ ମୃତ୍ୟ ମାମଲା ଲଗାତାର ଜାରି ରହିଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ମୁତାବିକ, ରାଜ୍ୟରେ ଏବେସୁଦ୍ଧା ଏହି ରୋଗ କାରଣରୁ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏଥିରୁ  ଅନେକ ମୃତ୍ୟୁ ଗତ କିଛି ସପ୍ତାହର ଭିତରେ ହୋଇଛି, ଯେଉଁଥିରେ ଲୋକଙ୍କ ଚିନ୍ତା ବଢି ଯାଇଛି। ସ୍ୱାସ୍ଥ୍ୟ ଅଧିକାରୀ ପ୍ରାଇମେରୀ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ ( ପିଏଏମ୍‌)ର ମାମଲାରେ ବୃଦ୍ଧି ପରେ ସତର୍କ ହୋଇ ଯାଇଛନ୍ତି।

କଣ ଏହି ଦୁର୍ଲଭ ରୋଗ –

ଏହା ଏକ ମସ୍ତିଷ୍କ ସଂକ୍ରମଣ ଯାହାର ମୃତ୍ୟୁ ହାର ବହୁତ ଅଧିକ। ଏହି ସଂକ୍ରମଣ ଫାଉଲେରୀର କାରଣ ହୋଇଥାଏ , ଯାହାକୁ ସାଧାରଣତଃ ମସ୍ତିଷ୍କ ଖାଉଥିବା ଆମିବା କୁହାଯାଏ। ଚଳିତ ବର୍ଷ, କେରଳରେ ଏହି ଦୁର୍ଲଭ ରୋଗର ୬୧ଟି ମାମଲା ସ୍ପଷ୍ଟ ହୋଇ ସାରିଛି। ଏଥିରେ ୧୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇ ସାରିଛି। ଏହା ଏକ ଦୁର୍ଲଭ ରୋଗ, ଯାହା ସାଧାରଣ ଭାବେ ଆମିବା ଥିବା ପୋଖରୀରେ ସ୍ନାନ କରୁଥିବା ୨୬ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ଜଣଙ୍କୁ ହିଁ ସଂକ୍ରମଣ କରିଥାଏ।

କେରଳର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ, ଜୁଲାଇରୁ ‘ମସ୍ତିଷ୍କ ଜ୍ୱର’ର ମାମଲାରେ ବୃଦ୍ଧି ଦେଖି ରାଜ୍ୟର ଉତ୍ତରରେ ଥିବା ଜିଲ୍ଲା ଗୁଡ଼ିକରେ କୁଅ ଓ ପୋଖରୀର କ୍ଲୋରିନୀକରଣ ସହ ସଫେଇ ଅଭିଯାନ କାର୍ଯ୍ୟକାରୀ ହେଉଛି। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ , କେରଳ ଏକ ଗୁରୁତର ଜନ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ଦେଇ ଗତି କରୁଛି। ପ୍ରଥମେ କୋଝିକୋଡ ଓ ମଲପ୍ପୁରମ୍‌ ଭଳି ଜିଲ୍ଲା ଗୁଡ଼ିକରେ କ୍ଲଷ୍ଟରରେ ଜଡ଼ିତ ସଂକ୍ରମଣ ଏବେ ପୂରା ରାଜ୍ୟରେ ଦେଖା ଦେଇଛି।

୩ ମାସର ଶିଶୁ ଠାରୁ ବୟସ୍କଙ୍କ ଯାଏ ଶିକାର –

ମନ୍ତ୍ରୀ କହିଛନ୍ତି ଯେ, ଏହି ରୋଗର ରୋଗୀଙ୍କ ଠାରେ ତିନି ମାସର ଶିଶୁ ଠାକୁ ନେଇ ୯୧ ବର୍ଷର ବୟସ୍କଙ୍କ ଯାଏ ସାମିଲ ଅଛନ୍ତି। ସେ କହିଛନ୍ତି , ଗତ ବର୍ଷର ବିପରୀତ, ଏହିଥର ଆମେ କୌଣସି ଗୋଟିଏ ଜଳ ଉତ୍ସ ସହ ଜଡ଼ିତ କ୍ଲଷ୍ଟର ଦେଖିପାରୁ ନାହିଁ । ଏହା ଅଲଗା ଅଲଗା ମାମଲା ଏବଂ ଏହା ଆମର ମହାମାରୀ ବିଜ୍ଞାନ ସମ୍ୱନ୍ଧୀୟ ଯାଞ୍ଚକୁ ଜଟିଳ କରି ଦେଇଛି।

କେରଳ ସରକାରଙ୍କର ଏକ କାଗଜପତ୍ର ଅନୁସାରେ, ଏହି ରୋଗ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଏଥିରେ କୁହାଯାଇଛି , ଏହି ସଂକ୍ରମଣ ମସ୍ତିଷ୍କ ଟିସୁକୁ ନଷ୍ଟ କରିଦେଇ ଥାଏ , ଯେଉଁଥିରେ ସର୍ବାଧିକ ମାମଲାରେ ଗୁରୁତର ମସ୍ତିଷ୍କ ଫୁଲିଯାଏ ଏବଂ ରୋଗୀର ମୃତ୍ୟୁ ହୋଇ ଯାଏ। ଏହା ଦୁର୍ଲଭ ରୋଗ ଏବଂ ସାଧାରଣତଃ ସୁସ୍ଥ ଶିଶୁ , କିଶୋର ଓ ଯୁବ ବୟସ୍କଙ୍କୁ ଶିକାର କରିଥାଏ।

ଏହି ଡକ୍ୟୁମେଣ୍ଟରେ ମସ୍ତିଷ୍କ ଖାଉଥିବା ଆମିବାର ବାହକ ଭାବେ ଉଷ୍ମ , ବିଶେଷକରି ସ୍ଥିର , ମଧୁର ପାଣିକୁ ଚିହ୍ନଟ କରେ। ଏଥିରେ କୁହାଯାଇଛି ଯେ, ଆମିବାର ପ୍ରବେଶ ଦ୍ୱାରା ଘ୍ରାଣ ମ୍ୟୁକୋସା ଓ କ୍ରିବ୍ରିଫାର୍ମ ପ୍ଲେଟ୍‌ର ମାଧ୍ୟମରେ ହୋଇଥାଏ। ହେଲେ , ଏହା ସ୍ପଷ୍ଟ କୁହାଯାଇଛି ଯେ, ଦୂଷିତ ପାଣି ପିଇବା ଦ୍ୱାରା ଏହି ରୋଗ ହୋଇ ନଥାଏ। ବର୍ତ୍ତମାନ ଏହାର କୌଣସି ଲକ୍ଷଣ ମିଳି ନାହିଁ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିପଦ ବୃଦ୍ଧି –

ଡକ୍ୟୁମେଣ୍ଟରେ କୁହାଯାଇଛି ଯେ, ଯେଉଁ ଲୋକ ଏହି ଆମିବାରେ ଦୂଷିତ ଜଳ ଭଣ୍ଡାର ଗୁଡ଼ିକରେ ପହଁରି ଥାଏ କିମ୍ୱା ବୁଡ଼ ଦେଇ ଥାଏ କିମ୍ୱା ସ୍ନାନ କରେ , ତାଙ୍କୁ ଏହାର ସଂକ୍ରମଣର ବିପଦ ଅଧିକ ରହିଥାଏ।ଡକ୍ୟୁମେଣ୍ଟରେ ଏହା ମଧ୍ୟ କୁହାଯାଇଛି  ଯେ, ଗ୍ଲୋବାଲ ୱାର୍ମିଂ ଏହି ବିପଦକୁ କେମିତି ବଢାଉ ଛି। ଏଥିରେ କୁହାଯାଇଛି ଯେ, ଜଳବାୟୁ ପରିବର୍ତ୍ତନର କାରଣରୁ ପାଣିର ତାପମାତ୍ରା ବଢୁଛି ଏବଂ ଗରମ କାରଣରୁ ଅଧିକ ଲୋକ ମନୋରଞ୍ଜନ ପାଇଁ ପାଣିର ବ୍ୟବହାର କରୁଛନ୍ତି , ଯେଉଁଥିରେ ଏହି ରୋଗର ସଂପର୍କରେ ଆସିବାର ସମ୍ଭାବନା ବଢୁଛି। ହେଲେ , ଏହି ସଂକ୍ରମଣ ଜଣେ ବ୍ୟକ୍ତି ଠାରୁ ଅନ୍ୟ ବ୍ୟକ୍ତିଙ୍କୁ ବ୍ୟାପି ନଥାଏ । ଏହାର ସାଧାରଣ ଲକ୍ଷଣ ଗୁଡ଼ିକରେ ମୁଣ୍ଡବ୍ୟଥା , ଜ୍ୱର ଓ ବାନ୍ତି ରହିଛି।