କେନ୍ଦ୍ରାପଡ଼ା ୧୭।୧୧ : ମୃତ୍ୟୁମୁଖରୁ ଫେରିଆସିଲେ । କୁମ୍ଭୀର ସହ ଲଢେଇ କରି ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଧର୍ମପଦ ମଣ୍ଡଳ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଜମ୍ବୁ ଗାଁରୁ ଆସିଛି ଏପରି ଏକ ଘଟଣା । 

ଖବର ଅନୁଯାୟୀ, ମଙ୍ଗଳବାର ଦିନ ଡଙ୍ଗା ଉପରେ ବସିଥିବା ବେଳେ ହଠାତ୍‌ ତାଙ୍କୁ ଟାଣି ନେଇଥିଲା କୁମ୍ଭୀର। ହେଲେ ହାର ମାନି ନଥିଲେ ଧର୍ମପଦ। ଉପସ୍ଥିତ ବୁଦ୍ଧି ଖଟାଇ କୁମ୍ଭୀରକୁ ପାଲଟା ଆକ୍ରମଣ କରିଥିଲେ। ଶେଷରେ କୁମ୍ଭୀର କବଳରୁ ନିଜକୁ ମୁକୁଳାଇ ଫେରି ଆସିବାରେ ସଫଳ ହୋଇଥିଲେ। ମୃତ୍ୟୁ ସହ ସଂଘର୍ଷ କରି ବଞ୍ଚି ଫେରିଥିବା ସାହସୀ ଯୁବକ ଧର୍ମପଦ ମଣ୍ଡଳ ।

Also Read:-ଜଗା ଦର୍ଶନ ନାଁରେ ଭକ୍ତଙ୍କୁ ଲୁଟ୍, ନକଲି ଗୁମାସ୍ତାଙ୍କ ଉପରେ ପୋଲିସର ଆକ୍ସନ୍

କୁମ୍ଭୀର କବଳରୁ ମୁକୁଳିବା ସହଜ ନଥିଲା। ଜଳ ଭିତରେ ନିଜକୁ ବଞ୍ଚାଇବା ଥିଲା ସବୁଠାରୁ ବଡ଼ ଆହ୍ୱାନ। ହେଲେ ଭୟକୁ ପଛରେ ପକାଇ ଦେଇଥିଲେ ଧର୍ମପଦ। ନିଜର ଉପସ୍ଥିତ ବୁଦ୍ଧି ଖଟାଇ କୁମ୍ଭୀରକୁ ପାଲଟା ଆକ୍ରମଣ କରିଥିଲେ। ମୃତ୍ୟୁ ସହ ସିଧାସଳଖ ଲଢ଼େଇ କରିଥିଲେ।ପ୍ରତିଟି ମୁହୂର୍ତ୍ତ ଥିଲା ଜୀବନ ଓ ମୃତ୍ୟୁର ଲଢ଼େଇ। ଗୋଟିଏ ପଟେ କୁମ୍ଭୀରର ଶକ୍ତି, ଅନ୍ୟପଟେ ଧର୍ମପଦଙ୍କ ବଞ୍ଚିବାର ଜିଦ୍। ଶେଷରେ ଧର୍ମପଦଙ୍କ ସାହସ ଓ ସଂଘର୍ଷ ଆଗରେ ପଛକୁ ହଟିଥିଲା କୁମ୍ଭୀର।