News7 Logo

କେଦାରନାଥ ମନ୍ଦିର ଉପରେ ଚୋରାବାଡିରେ ହିମସ୍ଖଳନ , ୨୦୧୩ରେ ଏଠାରେ ଘଟିଥିଲା ଖୁବ୍ ବିପର୍ଯ୍ୟୟ

NEWS7
-

ନୂଆଦିଲ୍ଲୀ – ଏହି ସମୟରେ ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନର ଘଟଣା ଜାରି ରହିଛି। ଏଠାରେ ମନ୍ଦିର ଉପରେ ଚୋରାବାଡି ଗ୍ଲାସିୟର ନିକଟରେ ହିମସ୍ଖଳନ ହୋଇଛି। ଚୋରାବାଡି ହିମାଳୟର ସେହି ଅଞ୍ଚଳ , ଯେଉଁଠାରେ ୨୦୧୩ରେ ଭୀଷଣ ବିପର୍ଯ୍ୟୟ ଘଟିଥିଲା। ଚୋରାବାଡିରେ ଏକ ପ୍ରାକୃତିକ ହ୍ରଦ ତିଆରି ହୋଇ ଯାଇଥିଲା। ସେଠାରେ ବାଦଲ ଫାଟିବାରୁ ପ୍ରବଳ ବର୍ଷା ହୋଇଥିଲା ଏବଂ ପୁଣି ଏକ ହ୍ରଦ ଭାଙ୍ଗି ତଳିଆ ଅଞ୍ଚଳକୁ ପ୍ରବାହିତ ହେବାରୁ ହଜାର ହଜାର ଲୋକଙ୍କ ଜୀବନ ନେଇ ଯାଇଥିଲା।

ସୂଚନା ଅନୁସାରେ, ଗୁରୁବାର ଦ୍ୱିପ୍ରହର ସମୟ ୨ଟା ୩୦ ମିନିଟ୍‌ରେ କେଦାରନାଥ ଧାମରୁ ପାଖାପାଖି ୮ କିଲୋମିଟର ଦୂରତାରେ ଥିବା ଚୋରାବାଡି ହ୍ରଦର ଉପର ଅଞ୍ଚଳରେ ହିମସ୍ଖଳନ ହେବାର ରିପୋର୍ଟ କରାଯାଇଛି। ଏହାପରେ ଏକ ଛୋଟିଆ ବରଫଧାରା ପ୍ରବାହିତ ହେବାର ଦେଖାଯାଇ ଥିଲା , କିନ୍ତୁ ଏହା କିଛି ସମୟ ମଧ୍ୟରେ ଥମି ଯାଇଥିଲା। ଉକ୍ତ ଘଟଣା ଯୋଗୁଁ କୌଣସି ପ୍ରକାରର କ୍ଷତି ହୋଇ ନାହିଁ। 

ଜିଲ୍ଲା ବିପର୍ଯ୍ୟ ପରିଚାଳନା ଅଧିକାରୀ ନନ୍ଦନ ସିଂହ ରାଜୱାର କହିଛନ୍ତି ଯେ, ପାଗ ଓ ପ୍ରାକୃତିକ ପରିସ୍ଥିତି ଯୋଗୁଁ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଘଟଣା ଘଟିବା ମାତ୍ରେ  ଯେଉଁ ବିଶେଷଜ୍ଞ ଦଳଗୁଡ଼ିକ ସ୍ଥିତିର ଆକଳନ କରୁଛନ୍ତି ,ସେମାନଙ୍କୁ ତୁରନ୍ତ ସତର୍କ କରାଯାଇ ଥିଲା।

केदारनाथ धाम से करीब 5 किलोमीटर दूर चोराबाड़ी ग्लेशियर के पास दोपहर करीब तीन बजे हिमस्खलन। अचानक ग्लेशियर का एक हिस्सा टूट पड़ा, जिससे पूरे इलाके में जोरदार गर्जना हुई। #केदारनाथ #Kedarnath #Uttrakhand pic.twitter.com/kiqI1eVYdT

— Arjun Rawat (@teerandajarjun) September 4, 2025

ସେମାନେ ସାଧାରଣ ଲୋକଙ୍କୁ ଆଶ୍ୱାସନା ଦେଇ ଭୟଭୀତ ନହେବାକୁ କହିଛନ୍ତି। କାରଣ ଏହିପ୍ରକାରର ପ୍ରାକୃତିକ କାର୍ଯ୍ୟକଳାପ ହିମାଳୟୀ ଅଞ୍ଚଳରେ ସାଧାରଣ। ଏହାସହ ସେ ଲୋକଙ୍କୁ ଅପିଲ କରିଛନ୍ତି ଯେ, ଗୁଜବ ଉପରେ ଭରସା ନକରନ୍ତୁ ଏବଂ କୌଣସି ପ୍ରକାରର ଭୁଲ୍ ବା ବିଭ୍ରାନ୍ତିକର ସୂଚନା ପ୍ରସାର କରିବାରୁ ଦୂରେଇ  ରୁହନ୍ତୁ।