ମୁମ୍ଵାଇ ୦୨।୦୪; ପ୍ରାୟତଃ କୁହାଯାଏ ଯେ ଯଦି ଆପଣଙ୍କ ପାଖରେ ପ୍ରତିଭା ଏବଂ ପରିଶ୍ରମ କରିବାର ଆଗ୍ରହ ଅଛି, ତେବେ ଆପଣଙ୍କୁ ଷ୍ଟାର ହେବାରୁ କେହି ବି ରୋକିପାରିବେ ନାହିଁ। ଶିଳ୍ପର ଅନେକ କଳାକାର ଏହାର ଜୀବନ୍ତ ଉଦାହରଣ ଦେଖାଇଛନ୍ତି। ବସ୍ତି ଏବଂ ଝୁମ୍ପୁଡ଼ିରେ ଛୋଟରୁ ବଡ ହୋଇଥିବା ଏହି ଅଭିନେତା ସେମାନଙ୍କ ପ୍ରତିଭା ବଳରେ ଆଜି ଫେମସ ହୋଇଛନ୍ତି । ଦାରିଦ୍ର୍ୟରୁ ବାହାରି ଆଜି ଏହି ତାରକାମାନେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କମେଡିଆନ ଜନି ଲିବର ।

ତାଙ୍କର ପିଲାଦିନ ବହୁତ କଷ୍ଟରେ ପରିପୂର୍ଣ୍ଣ ଥିଲା। ସେ ଏକ ତେଲୁଗୁ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହୋଇଥିଲେ। ସେ ତାଙ୍କର ପିଲାଦିନ ଧରାବି ବସ୍ତିରେ ବିତାଇଥିଲେ। ଆର୍ଥିକ ଅଭାବ ଯୋଗୁଁ, ସେ ସପ୍ତମ ଶ୍ରେଣୀ ପରେ ତାଙ୍କର ଶିକ୍ଷା ଜାରି ରଖିପାରିଲେ ନାହିଁ। ଏପରି ସମୟରେ, ତାଙ୍କ ସ୍ୱପ୍ନ ପୂରଣ କରିବା ଅପେକ୍ଷା ବଞ୍ଚିବା ପ୍ରାଥମିକତା ପାଇଲା। ଯୁବାଅବସ୍ଥାରେ, ଜନି ତାଙ୍କ ପରିବାରକୁ ସପୋର୍ଟ କରିବା ପାଇଁ ତିନିରୁ ଚାରି ମାସ ପାଇଁ ମୁମ୍ବାଇର ରାଜ ରାସ୍ତାରେ କଲମ ବିକିଥିଲେ।

ସେତେବେଳେ, ଜନି ମାତ୍ର ୧୫ କିମ୍ବା ୧୬ ବର୍ଷ ବୟସର ଥିଲେ। କଲମ ବିକ୍ରି କରିବା ସମୟରେ ସେ ଲୋକପ୍ରିୟ ସେଲିବ୍ରିଟିମାନଙ୍କର ମିମିକ୍ରି କରୁଥିଲେ। ଏହା କରିକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା। ଧୀରେ ଧୀରେ, ସେ ଜନସାଧାରଣଙ୍କ ସହିତ ଏକ ଦୃଢ଼ ସମ୍ପର୍କ ସ୍ଥାପନ କଲେ। କମେଡି ମାଧ୍ୟମରେ ଟଙ୍କା ରୋଜଗାର କରିବାର ତାଙ୍କର କୌଶଳ ଖୁବ୍ ଶୀଘ୍ର ତାଙ୍କୁ ଏକ ପରିଚୟ ଦେଲା। ପ୍ରାରମ୍ଭରେ, ସେ କଲମ ବିକ୍ରି କରି ୨୫-୩୦ ଟଙ୍କା ରୋଜଗାର କରୁଥିଲେ। ପରେ ତାଙ୍କ ଅଭିନୟରେ ସେଲିବ୍ରିଟି ମିମିକ୍ରି କରି ୨୫୦-୩୦୦ ଟଙ୍କାକୁ ବୃଦ୍ଧି କରିଲେ।

ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ, ଜନି ଷ୍ଟେଜ ଶୋ ଏବଂ ଅର୍କେଷ୍ଟ୍ରାରେ କାମ କରିଥିଲେ। ତାଙ୍କ ମିମିକ୍ରି କରିବାର ଶୈଳୀ ଦର୍ଶକଙ୍କ ହୃଦୟ ଜିତିଥିଲା। ସଞ୍ଜୟ ଦତ୍ତ ତାଙ୍କ ପ୍ରତିଭାକୁ ଲକ୍ଷ୍ୟ କରିଥିଲେ ଏବଂ ତାଙ୍କୁ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ଦେଇଥିଲେ। ଜନିଙ୍କୁ ୧୯୯୦ ଦଶକର ସବୁଠାରୁ ପ୍ରସିଦ୍ଧ ହାସ୍ୟା ଅଭିନେତାଙ୍କ ମଧ୍ୟରେ ଗଣନା କରାଯାଉଥିଲା। ତାଙ୍କର କମିକ ଟାଇମିଂ ନିଖୁଣ ଥିଲା। ମଲ୍ଟିଷ୍ଟାର ମୁଭିରେ ମଧ୍ୟ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ସେ ଶିଳ୍ପର ଅନେକ ବଡ଼ ତାରକାଙ୍କ ସହିତ କାମ କରିଛନ୍ତି।

ତାଙ୍କୁ ତୁମ୍ ପର ହମ୍ କୁର୍ବାନ୍ ଚଳଚ୍ଚିତ୍ରରେ ପ୍ରଥମ ଆକ୍ଟିଂରେ ବ୍ରେକ୍ ମିଳିଥିଲା। ଟେଲିଭିଜନରେ ସେ ଜବାନ୍ ସମ୍ଭାଲକେ ଶୋ’ ମାଧ୍ୟମରେ ଡେବ୍ୟୁ କରିଥିଲେ। ଜନି-ତେଜାବ, କସମ, ଖତରନାକ, ଜଲୱା ସମେତ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର କ୍ୟାରିୟରର ପ୍ରଥମ ସଫଳତା ଥିଲା ବାଜିଗର ଚଳଚ୍ଚିତ୍ର। ଏକ ସାକ୍ଷାତକାରରେ, ଜନି ପ୍ରକାଶ କରିଥିଲେ ଯେ ସେ ତାଙ୍କ ମଦ୍ୟପ ବାପାଙ୍କ ଦ୍ୱାରା ଏତେ ଦୁଃଖିତ ଥିଲେ ଯେ ୧୩ ବର୍ଷ ବୟସରେ ସେ ରେଳ ଟ୍ରାକରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ତିନି ସାନ ଭଉଣୀଙ୍କ କଥା ଭାବି ସେ ରେଳ ଟ୍ରାକରୁ ଓହ୍ଲାଇ ପଡ଼ିଲେ।

ଜନି ଲିଭର ଯିଏ ଥରେ ରାସ୍ତାରେ କଲମ ବିକ୍ରି କରୁଥିଲେ। ଆଜି ମୁମ୍ବାଇର ଲୋଖଣ୍ଡୱାଲାରେ ଏକ ବିଳାସପୂର୍ଣ୍ଣ ଘରର ମାଲିକ। ସେ ତାଙ୍କ ପରିବାର ସହିତ ଏକ ଡୁପ୍ଲେକ୍ସ ଆପାର୍ଟମେଣ୍ଟରେ ରୁହନ୍ତି। ଏହା ତାଙ୍କ ନିଜ ରୋଜଗାରରେ କିଣିଥିବା ପ୍ରଥମ ଘର। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୨୨୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଜନି ୧୯୧୦ ମସିହାରେ ଏହି ସି-ଫେସିଙ୍ଗ ଘର କିଣିଥିଲେ । ଏଥିରେ ତିନୋଟି ଶୟନ କକ୍ଷ ଏବଂ ଉଭୟ ମହଲାରେ ବିସ୍ତାରିତ ଏକ ବାସଗୃହ ରହିଛି। ପ୍ରଥମେ ୨୦ ଲକ୍ଷରେ ସେ ଉପର ମହଲା କିଣିଥିଲେ। ପରେ ତଳ ମହଲା ୪ କୋଟିରେ କିଣିଥିଲେ। କହିବାକୁ ଗଲେ ପୁର୍ବରୁ ସେ ଧରାବିର ଏକ ବସ୍ତିର ରହୁଥିଲେ ଆଉ ଆଜି ସେ ଲୋଖଣ୍ଡୱାଲାର ଏକ ଡୁପ୍ଲେକ୍ସରେ ରହୁଛନ୍ତି।

Also Read-Rajesh Khanna: ରାଜେଶ ଖାନ୍ନାଙ୍କ ସହ ସମ୍ପର୍କ ‘ବୈବାହିକ’ ନୁହେଁ ; ଅନୀତା ଆଡଭାନୀ କିଏ ? ଯାହାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ